Sunday, 06/October/2024 03:16
Mo Dhenkanal
ଢେଙ୍କାନାଳ ଖବର

ଗଜଲଷ୍ମୀ ପୂଜାର ଭସାଣି ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତା ରେ ବିଶ୍ୱ ପ୍ରସିଦ୍ଧ ଗଜଲଷ୍ମୀ ପୂଜାର ଭସାଣି ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l ଗଜଲଷ୍ମୀ ଙ୍କ ଭସାଣି ଉତ୍ସବ 8ନଭେମ୍ବର ସକାଳ 8.30 ଘଟିକାରୁ ଆରମ୍ଭ ହେବ l

FB_IMG_1686103726896
Picsart_22-04-11_10-18-21-175

ଏହି ଭସାଣି ଶୋଭାଯାତ୍ରାରେ ମୋଟ 38 ଗୋଟି ମେଢ଼ ଭାଗ ନେବେ l ମୁଖ୍ୟତଃ ଏହି ବୈଠକରେ ଭସାଣି ଯାତ୍ରା କିଭଳି ସୁରୁଖୁରୁରେ ସମ୍ପାଦିତ ହେବ ସେ ନେଇ ପୂଜା କମିଟିର କର୍ମକର୍ତ୍ତା ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ହେଇଥିଲା l

IMG-20230205-WA0003
Picsart_22-04-11_10-18-21-175

ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ଆଦେଶ ଅନୁଯାୟୀ ଏଥର ଭାସାଣିରେ ଡିଜେ ସାଉଣ୍ଡକୁ ସମ୍ପୂର୍ଣ ରୂପେ ବାରଣ କରାଯାଇଛି ଏହାସହ ପ୍ରତିଟି ପୂଜାମଣ୍ଡପ କିଭଳି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଭସାଣି କାର୍ଯ୍ୟ ସାରିବେ ସେ ବିଷୟକୁ ଅଧିକ ଗୁରୁତ୍ୱାରୋପ କରାଯାଇଥିଲା l

Picsart_22-04-11_10-18-21-175


ଏହି ବୈଠକରେ ଜିଲ୍ଲାପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ମିଳିତ ପୂଜା କମିଟିର ସଭାପତି ଶ୍ରୀ ଜ୍ଞାନେନ୍ଦ୍ର ବେହେରା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତିଶଙ୍କର ସାହୁ l, ଢେଙ୍କାନାଳ ଉପଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ, ପୂଜା କମିଟି ମାନଙ୍କର ସଭାପତି, ସମ୍ପାଦକଏବଂ କର୍ମକର୍ତ୍ତା, ସହରର ବୁଦ୍ଧିଜୀବୀ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ l

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

6 − 4 =