Sunday, 08/September/2024 10:33
Mo Dhenkanal
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ପୋଲିସ ବାହିନୀ କରିବେ ପ୍ୟାରେଡ୍, କଟକଣାରେ ହେବ ୭୫ ତମ ସ୍ୱାଧୀନତା ଦିବସ

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୫ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାବନ ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି । ରାଜ୍ୟ ସରକାରଙ୍କ ଗାଇଡଲାଇନ ଏବଂ ଜିଲ୍ଲାରେ କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ବାଧୀନତା ଦିବସକୁ ନିରାଡମ୍ବର ଭାବେ ପାଳନ କରାଯିବ ବୋଲି ନିଷ୍କତ୍ତି ହୋଇଅଛି ।

IMG-20230205-WA0003
Picsart_22-04-11_10-18-21-175

ଏହି ଜାତୀୟ ଦିବସ ପାଳନ ଅବସରରେ ସକାଳ ଘ. ୦୯.୧୫ ମି. ସମୟରେ ଦିବସର ମୁଖ୍ୟଅତିଥି ଢେଙ୍କାନାଳ ଷ୍ଟାଡିୟମ ଠାରେ ଜାତୀୟ ପତାକା ଉତ୍ତୋଳନକରି ଅଭିଭାଷଣ ପ୍ରଦାନ କରିବେ । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେବଳ ଓଏସଏପି ପ୍ରଥମ ବାଟାଲିଅନ ଓ ପୋଲିସ ବାହିନୀ ଏବଂ ପୋଲିସ ବ୍ୟାଣ୍ଡ ଦଳ ଅଂଶ ଗ୍ରହଣ କରି ଜାତୀୟ ପତାକାକୁ ସମ୍ମାନ ପ୍ରଦାନ କରିବେ । କୋଭିଡ ଯୋଦ୍ଧାମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯିବ ।ସକାଳୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ଦ୍ବାରା ରାମଧୁନ ଗାନ କରାଯିବ । ସହରସ୍ଥିତ ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ଏହି ଅବସରରେ ବନଖଣ୍ଡ ବିଭାଗ ପକ୍ଷରୁ ସହର ମଧ୍ୟରେ ବୃକ୍ଷ ରୋପଣ କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ବଣ୍ଟନ, ଜେଲ କଏଦୀମାନଙ୍କୁ ମିଷ୍ଟାନ ବଣ୍ଟନ କରାଯିବ । ବିଭିନ୍ନ ଶିଶୁଗୃହ, ଜରାଶ୍ରମ, ଆଲୋକ ବଧିର ବିଦ୍ୟାଳୟ ଆଦିରେ ସମ୍ପୃକ୍ତ ଅନୁଷ୍ଠାନ ପକ୍ଷରୁ ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବ । ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ଜିଲ୍ଲା ଶିକ୍ଷା ଅଧି କାରୀ ଙ୍କ ଦ୍ବାରା ଜିଲ୍ଲା ସ୍ତରୀୟ ବସ୍ତୁତା, ପ୍ରବନ୍ଧ ଏବଂ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହେବ ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ଉତ୍ସବରେ ପୁରସ୍କୃତ କରାଯିବ ।

Picsart_22-04-11_10-18-21-175

କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଯେପରି ଉତ୍ସବ ସ୍ଥଳରେ ଅଧିକ ଜନ ସମାବେଶ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ରଖି ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ଏହି ଉତ୍ସବକୁ ନ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଉତ୍ସବ ପାଳନ ସମୟରେ ସମସ୍ତ ନିମନ୍ତ୍ରିତ ଅତିଥି, ସମ୍ପୃକ୍ତ ସରକାରୀ କର୍ମଚାରୀ, ପୋଲିସ ବାହିନୀ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖି ସମସ୍ତ କୋଭିଡ ନିୟମାବଳୀ ଅନୁପାଳନ କରିବାକୁ ନିଷ୍ପତ୍ତି ହୋଇଛି । ପବିତ୍ର ସ୍ଵାଧୀନତା ଦିବସ ଉପଲକ୍ଷେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିଳ୍ପାନୁଷ୍ଠାନ, ବାଣିଜ୍ୟ ପ୍ରତିଷ୍ଠାନରେ ଆଲୋକ ସଜ୍ଜାର ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ଅନୁଷ୍ଠାନର ମୁଖ୍ୟଙ୍କୁ ଅନୁରୋଧ କରାଯାଇଛି ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବି ନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଡିଏସପି, ଡିଆଇବି ଶ୍ରୀ ଅରୁଣ କୁମାର ସାହୁଙ୍କ ସମେତ ଶିକ୍ଷା, ସ୍ବାସ୍ଥ୍ୟ, ପୋଲିସ, ବନ, ପୂର୍ତ୍ତ ଆଦି ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

18 − three =