Sunday, 06/October/2024 04:54
Mo Dhenkanal
ଢେଙ୍କାନାଳ ଖବର

ପୋଷଣ ପାଖଡା-୨୦୨୩ର ଜିଲ୍ଲା ସ୍ତରୀୟ ପୁରଷ୍କାର ବିତରଣ ସମାରୋହ

୧୫.୦୪.୨୦୨୩ରିଖ ଦିବା ୧୧.୦୦ ଘଣ୍ଟିକା ସମୟରେ ପୁରୁଣା ଜିଲ୍ଲାପିଋଷଦ ସଭା ଗୃହରେ ସମ୍ମାନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ(ଭା-ପ୍ର.ସେ}ଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ପୋଷଣ ପାଖଡା-୨୦୨୩ର ଜିଲ୍ଲା ସ୍ତରୀୟ ପୁରଷ୍କାର ବିତରଣ ସମାରୋହ ଆରମ୍ଭ କରାଯାଇଥିଲା ।

FB_IMG_1686103726896
Picsart_22-04-11_10-18-21-175

ଉକ୍ତ ସମାରୋହରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ, ଏକ୍‌ଜିକ୍ୟୁଟିଭ୍ ଅଫିସର, ଢେଙ୍କାନାଳ ମ୍ୟୁନିସିପାଲଟି, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ବୈଜ୍ଞାନିକ(ହୋମ ସାଇନ୍ସ), କୃଷିବିଜ୍ଞାନ କେନ୍ଦ୍ର , ଜିଲ୍ଲା ସମାଳ ମଙ୍ଗଳ ଅଧିକାରୀ, ଡିପିସି ମମତା, ଡିପିସି ମିଶନ ଶକ୍ତି, ଜିଲ୍ଲା ସଂଯୋଜକ(ଆକ୍ସନ ଏଡ୍ ଓ ୟୁନିସେଫ୍), ସମସ୍ଥ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ ଓ ସହାୟିକ, ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ସ୍ବେଛାସେବୀ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସିଡ଼ିପଓ, ଓଡାପଡା ପୋଗ୍ରାମକୁ ସଂଯୋଜନା କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମସ୍ତଙ୍କୁ ସ୍ବାଗତ କରିବା ସହିତ ପୋଷଣ ପାଖତା-୨୦୨୩ ପାଳନ ଅବସରରେ ବିଗତ ଦିନମାନଙ୍କରେ ହୋଇଯାଇଥିବ। କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ମିଲେଟ୍‌ର ପୌଷ୍ଟିକ ମୂଲ୍ୟବୋଧ ଉପରେ ଦୃଷ୍ଟିପାତ କରି ସମସ୍ତେ ମିଲେଟକୁ ନିଜର ଦୈନନ୍ଦିନ ଖାଦ୍ୟପାନୀୟରେ ବ୍ୟବହାର କରିବାପାଇଁ ଆଲୋକପାତ କରିଥିଲେ । ପୋଗ୍ରାମରେ ଅଂଶ ଗ୍ରହଣ କରିଥିବା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ(ହୋମ ସାଇନ୍ସ) ସସ୍ମିତ ପାଲ ମାଣ୍ଡିଆ ବ୍ୟବହାରର ଉପକାରିତା ଉପରେ ଆଲୋକପାତ କରିଥିଲେ ।

Picsart_22-04-11_10-18-21-175

ମାଣ୍ଡିଆରେ ଅଧିକ ପରିମାଣରେ କ୍ୟାଲସିୟମ, ପ୍ରଚୁର ପରିମାଣରେ ଲୌହସାର ଏବଂ ଫାଇବର ଥିବାରୁ ଏହା ଗର୍ଭବତୀ, ପ୍ରସ୍ତୁତୀ, ୦-୬ବର୍ଷର ପିଲା ଓ କିଶୋରକିଶୋରୀ ମାନଙ୍କ ପାଇଁ ଅଧିକ ଲାଭବାନ ହେବେ ବୋଲି ସଚେତନ କରିଥିଲେ । ପ୍ରତି ଗ୍ରାମ ସ୍ତରରେ ନିୟୋଜିତ ସରକାରୀ କର୍ମଚାରୀ ଯଥା ଅଙ୍ଗନୱାଡିକର୍ମୀ, ଆଶାକର୍ମୀ, ଏ.ଏନ୍.ଏମ୍. ମାନଙ୍କ କରିଆରେ ମାଣ୍ଡିଆ ଜାତୀୟ ଖାଦ୍ୟର ବ୍ୟବହାର କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଜାରୀ ରଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଗତ ୧୫ ଦିନ ଧରି ଚାଲିଥିବା ପୋଷଣ ପାଖୁଡା ସମାରୋହର ଜିଲ୍ଲାସ୍ତରୀୟ ପୁରସ୍କାର ବିତରଣୀ ସମାରୋହରେ ଉପସ୍ଥିତ ଥିବା ୩୯ଜଣ କୃତି ପ୍ରତିଯୋଗୀ ମାନେ ୧୦୦କଣ ଲୋକଙ୍କୁ ମାଣ୍ଡିଆ ଚାଷ କରିବା ସହିତ ବ୍ୟବହାର କରିବା ପାଇଁ ସଚେତନ କରିବେ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ ।

ମାଣ୍ଡିଆରେ ଅଧିକ ପରିମାଣରେ କ୍ୟାଲସିୟମ, ପ୍ରଚୁର ପରିମାଣରେ ଫାଇବର ଓ ଲୌହସାଉ ଥିବାରୁ ଏହାର ବ୍ୟବହାର କରି ମାତୃ ଓ ଶିଶୁ ମୃତ୍ୟୁ କମାଇବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ପଢ଼ୁଥିବା ୩ରୁ ୨ବର୍ଷର ପିଲାମାନଙ୍କୁ ସକାଳ ଜଳଖିଆରେ ମାଣ୍ଡିଆରେ ପ୍ରସ୍ତୁତ ଲଡ଼ୁ ଦେବାପାଇଁ ପରାମର୍ଶ ମଧ୍ୟ ଦେଇଥିଲେ । ମିଲେଟ୍ କେଫ୍ ମାଧ୍ୟମରେ ଢେଙ୍କାନାଳ ଜିଲ୍ଲାରେ ମାଣ୍ଡିଆ ଖାଦ୍ୟର ପ୍ରଚାର ପ୍ରସାର କରିଥିବାରୁ ୯ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅଙ୍ଗନବାଡ଼ି କର୍ମୀ ଓ ଦୁଇଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରଦର୍ଶନ କରାଯାଇଥିବା ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟପଦାର୍ଥର ଜିଲ୍ଲାପାଳ ଭୁରି ଭୁରି ଅଂଶସ କରିଥିଲେ ।

ଏହି ଅବସରରେ ୧୧ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିଡାରେ ବିଭିନ୍ନ ବର୍ଗରେ କୃତିତ୍ବ ଅର୍ଜନ କରିଥିବା ୯ଜଣ ଛାତ୍ରଛାତ୍ରୀ, ୧୦ଜଣ ଅଙ୍ଗନବ୍ୟତି କର୍ମୀ, ୮ଜଣ ଅଙ୍ଗନବାତୀ ସହାୟିକା, ୧୦ଜଣ ସୁପରଭାକର ଓ ୨ଜଣ ସିଡିପିଓଙ୍କୁ ମାନପତ୍ର ସହିତ ଫଳକ ପ୍ରଦାନକରି ସମ୍ବର୍ଦ୍ଧନା କରାଯାଇଥିଲା । ଏତଦ୍ ବ୍ୟତୀତ ମିଲେଟ୍ କେଫ୍ ମାଧ୍ୟମରେ ମାଣ୍ଡିଆଦ୍ବାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟପଦାର୍ଥକୁ ଢେଙ୍କାନାଳ ଜିଲ୍ଲାରେ ପ୍ରଥମେ ବିକ୍ରୟକରିବା ସହିତ ମାଣ୍ଡିଆ ଖାଦ୍ୟର ପ୍ରଚାର ଓ ପ୍ରସାର କରି ଲୋକମାନଙ୍କୁ ସଚେତନ କରିଥିବାରୁ ଢେଙ୍କାନାଳ ଜିଲ୍ଲାର ୯ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମଧ୍ୟ ଜିଲ୍ଲାପାଳ ମାନପତ୍ର ଓ ଫଳକ ପ୍ରଦାନ କରି ଉତ୍ସାହିତ କରିଥିଲେ। ମା ଆଦିଶକ୍ତି ପାଲା ପରିଷଦ, ସିଆରିଆର ଗାୟିକା ହରିପ୍ରିୟା ସ୍ବାଇଁ ଓ ସାଥୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ମାଣ୍ଡିଆର ବ୍ୟବହାର ଓ ତାହାର ଉପକାରିତା ବିଷୟରେ ସୁନ୍ଦର ଭାବେ ପାଲା ପରିବେଷଣ କରିଥିଲେ । ସର୍ବଶେଷରେ ନିବେଦିତା ତ୍ରିପାଠୀ, ସିଡିପିଓ ଓଡାପଡା ପ୍ରୋଗ୍ରାମର ସାରାଶ ସକ୍ଷେପରେ ବର୍ଣ୍ଣନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସୌମ୍ୟବ୍ରତ ସାହୁ, ମୋ ଢେଙ୍କାନାଳ !

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

13 + 17 =