Sunday, 06/October/2024 03:54
Mo Dhenkanal
ଢେଙ୍କାନାଳ ଖବର

ଘରୋଇ ଭଳି ସରକାରୀ ସ୍କୁଲରେ ବି ହେବ ପ୍ଲେ ସ୍କୁଲ ।ଖର୍ଚ୍ଚ ହେବ ପ୍ରାୟ ୩ ଲକ୍ଷ କୋଟି

ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲରେ ବି ଆରମ୍ଭ ହେବ ପ୍ଲେ ସ୍କୁଲ । ଦେଶରେ ସମଗ୍ର ଶିକ୍ଷା ଯୋଜନାର ଦ୍ୱିତୀୟ ଭାଗକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ନୂଆ ଶିକ୍ଷା ନୀତି ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା । ସମଗ୍ର ଶିକ୍ଷା ଯୋଜନା ପାଇଁ ୨ ଲକ୍ଷ ୯୪ ହଜାର ୨୮୩ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବେଳେ କେନ୍ଦ୍ର ସରକାର ଖର୍ଚ୍ଚ କରିବେ ୧ ଲକ୍ଷ ୮୫ ହଜାର ୩୯୮ କୋଟି ଟଙ୍କା ।ଏହି ଯୋଜନାରେ ୧୧ ଲକ୍ଷ ୬୦ ହଜାର ସ୍କୁଲ ଏବଂ ୧୫ କୋଟି ୬୦ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ସରକାରୀ ସ୍କୁଲରେ କିପରି ଉଚ୍ଚମାନର ଶିକ୍ଷାଦାନ କରାଯିବ, ଏଥିରେ ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ଯୋଜନା, ୨୦୨୧ରୁ ଆରମ୍ଭ ହୋଇ ୨୦୨୬, ଅର୍ଥାତ୍ ୫ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯିବ । ବିବିଧ ଭାଷା ଓ ବିଭିନ୍ନ କ୍ଷମତା ପୃଷ୍ଠଭୂମିର ପିଲାମାନଙ୍କୁ ଶ୍ରେଣୀଗୃହ ଶିକ୍ଷା ପ୍ରକ୍ରିୟାରେ ସକ୍ରିୟ କରାଯିବାର ବ୍ୟବସ୍ଥା ହୋଇଛି ।ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯିବ । ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଡିବିଟି ମାଧ୍ୟମରେ ବ୍ୟାଙ୍କ ଖାତାରେ କମ ସମୟ ମଧ୍ୟରେ ଜମା ହେବ । ୫ ବର୍ଷ ମଧ୍ୟରେ ଅନ୍ୟୁନ ଥରେ ସବୁ ସ୍କୁଲର ସୋସିଆଲ୍ ଅଡିଟ୍ କରାଯିବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରି-ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର, ଶିକ୍ଷକ, ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଏହି ଯୋଜନା କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ ।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

2 + six =