Monday, 07/October/2024 11:33
Mo Dhenkanal
ଢେଙ୍କାନାଳ ଖବର

ଫଟୋ ଓ ଭିଡିଓ ସାମ୍ବାଦିକ ସଙ୍ଘ ପକ୍ଷରୁ ୧୮୨ ତମ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ।

ଫୋଟୋରେ ଖବର ଓ ଫୋଟୋ କୁହେ ଅନେକ କଥା ! ଫଟୋ ବିନା ଖବରର ଅସ୍ତିତ୍ୱ ରୁହେ ନାହିଁ, ସେହିପରି ଗୋଟିଏ ଫଟୋ ହିଁ କାହାଣୀ ବଖାଣିଥାଏ, ବିଶ୍ୱର ସମସ୍ତ ବଡ଼ବଡ଼ ସ୍ମରଣୀୟ ଘଟଣା ଗୁଡିକ ଗୋଟେ ଫଟୋରେ କଏଦ ହୋଇରହିଛି ବୋଲି ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ ଅବସରରେ ଅତିଥିମାନେ ପ୍ରକାଶ କରିଛନ୍ତି,

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳ ଜିଲ୍ଲା ଫଟୋ ଓ ଭିଡିଓ ସାମ୍ବାଦିକ ସଙ୍ଘ ପକ୍ଷରୁ ୧୮୨ ତମ ବିଶ୍ୱ ଫଟୋଗ୍ରାଫି ଦିବସ ସ୍ଥାନୀୟ ସାମ୍ବାଦିକ ଭବନରେ ପାଳିତ ହୋଇଯାଇଛି, କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସୂଚନା ଓ ଜନସମ୍ପର୍କ ଅଧିକାରୀ ଶାରଦା ପ୍ରସାଦ ମହାନ୍ତି ଯୋଗଦେଇ ଫଟୋର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ,

IMG-20230205-WA0003
Picsart_22-04-11_10-18-21-175

ଏହାସହ ଜିଲ୍ଲା ସାମ୍ବାଦିକ ସଙ୍ଘର କାର୍ଯ୍ୟକାରୀ ସଭାପତି ରତନ ନାୟାର, ସାଧାରଣ ସମ୍ପାଦକ ସତ୍ୟ ସ୍ୱରୂପ ଦାସ, ଉପଦେଷ୍ଟା ଦୀପକ ପ୍ରସାଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଅରବିନ୍ଦ ସାହୁ, ଅଥୟ ସାହୁ ଓ ବରିଷ୍ଠ ଫଟୋଗ୍ରାଫର ଶରତ ବେହେରା ପ୍ରମୁଖ ଯୋଗଦେଇ ଫଟୋଗ୍ରାଫି ଦିବସର ତାତ୍ପର୍ଯ୍ୟ ଓ ଇତିହାସ ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ, କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାମ୍ବାଦିକ ଅମାନି ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ , ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ରାଉତ, ବିନୋଦ ମହାନ୍ତି, ନାରାୟଣ ପଟ୍ଟନାୟକ, ସନ୍ତୋଷ ଶତପଥୀ, ଲକ୍ଷ୍ମୀକାନ୍ତ ସାହୁ, ମାନସ ତ୍ରିପାଠୀ, ଏସକେ ହନିଫ, ଇଂ ସୌମ୍ୟବ୍ରତ ସାହୁ, ଦୁଷ୍ମନ୍ତ ବରାଳ, ଶୁଭମ ପାଣି, ଅଂଶୁମାନ ମହାପାତ୍ର ଓ ଅମନ ଆୟୁଷ୍ମାନ ଦାସ, ଇନ୍ଦ୍ରଜିତ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ |

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

four × 4 =