ସହରର ବସ୍ତି ଅଞ୍ଚଳର ଭୂମିହୀନ ମାନଙ୍କୁ ଜାଗା ପଟା ବଣ୍ଟନ ।
ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ପୌରପାଳିକା ସ୍ଲମ୍ ଅଞ୍ଚଳ (ଶରଣାର୍ଥୀ କଲୋନୀ) ର ଯୋଗ୍ୟ ହିତାଧିକାରୀଙ୍କୁ ଜାଗା ପଟା ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୌରପାଳିକାର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଉପସ୍ଥିତ ରହିଥିବା ବେଳେ ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।
ଆଗାମୀ ଦିନରେ ବସ୍ତି ଅଞ୍ଚଳକୁ ମଡେଲ ବସ୍ତିରେ ପରିଣତ କରାଯିବା ସହ ସେମାନଙ୍କ ପାଇଁ ପାର୍କ ଓ କମୁନିଟି ସେଣ୍ଟର ଇତ୍ୟାଦିର କାର୍ଯ୍ୟ ଜାରି ରହିଛି ବୋଲି ପୌରପାଳିକା ପକ୍ଷରୁ ଜଣାପଡିଛି ।
ରିପୋର୍ଟ- ବିଜ୍ଞାନ ମହାନ୍ତି