କାମାକ୍ଷାନଗର : ଆଜି କାମାକ୍ଷାନଗର ଏନଏସି ତତଫରୁ ଭୂମିହୀନ ପ୍ରଜାମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଛି, ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ପ୍ରତିନିଧି ତଥା ଏନ. ଏ.ସି.ର ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା ଯୋଗ ଦେଇ ଭୂମିହୀନ ଲୋକମାନଙ୍କୁ ପଟ୍ଟା ପ୍ରଦାନ କରିଥିବା ବେଳେ ସେମାନଙ୍କୁ ଏକ ସପ୍ତାହ ମଧ୍ୟରେ ପକ୍କାଘର ଯୋଗାଇବା ପାଇଁ ନିର୍ବାହୀ ଅଧିକାରୀଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି । ବୋଲି ଶ୍ରୀ ପରିଡ଼ା ମତ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟରେ ଏହିଭଳି ଜନାହିତ କାର୍ଯ୍ୟ ପାଈଁ ପଟ୍ଟା ପାଇଥିବା ହିତାଧିକାରୀମାନେ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ରିପୋର୍ଟ: ବିଜ୍ଞାନ ମହାନ୍ତି