Monday, 07/October/2024 11:48
Mo Dhenkanal
ଢେଙ୍କାନାଳ ଖବର

ଡିଜିଟାଲ ମାଧ୍ୟମରେ ବିଶ୍ୱ ପରିବେଶ ଦିବସ ପାଳିତ ।

ଜିଲ୍ଲା ଆଇନ ସେବାପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ଅନଲାଇନ୍ ମାଧ୍ୟମରେ ବ୍ରଜନାଥ ବଡଜେନା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା ଉପସ୍ଥିତ ରହି ବ୍ରଜନାଥ ବଡଜେନା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ୱ ପରିବେଶ ଦିବସର ମହତ୍ବ, କରୋନା ମହାମାରି ସମୟରେ ଅମ୍ଳଜାନର ଅଭାବକୁ କିପରି ଦୂର କରି ପାରିବା ଏବଂ ପରିବେଶ ସୁରକ୍ଷା ପାଇଁ ଥିବା ବିଭିନ୍ନ ଆଇନ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଦେବରାଜ ରାଉତ, ପରିବେଶର ସୁସନ୍ତୁଳନ ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଗଛ ଲଗାଇବା ପାଇଁ ପରାର୍ମଶ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରତ୍ୟକ ପିଲାଙ୍କୁ ଔଷଧୀୟ ବୃକ୍ଷର ମହତ୍ବ ଏବଂ ବିଭିନ୍ନ ସ୍ମରଣୀୟ ଦିବସରେ ବୃକ୍ଷ ଲଗାଇବା ପାଇଁ ପରାର୍ମଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ବନଖଣ୍ଡ ଅଧୀକାରୀ କାର୍ଯ୍ୟାଳୟର ଏ.ସି.ଏଫ ଶ୍ରୀ ସୁବ୍ରତ କୁମାର ପାତ୍ର, ଉପସ୍ଥିତ ରହି ପରିବେଶର ସୁରକ୍ଷା କିପରି କରାଯାଇପାରିବ ସେ ବିଷୟରେ ନିଜର ମତ ପ୍ରକାଶ କରିଥିଲେ ।ପରିଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତ କରିଥିଲେ ।

FB_IMG_1686103726896
Picsart_22-04-11_10-18-21-175


ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

13 − ten =