Monday, 22/April/2024 01:56
Mo Dhenkanal
ଢେଙ୍କାନାଳ ଖବର

କିନ୍ନର ସମାଜ ସହ ନୂଆଁଖାଇ ପର୍ବ ପାଳିଲେ ଇନର ହୁଇଲ କ୍ଲବ କପିଳାସ ସଦସ୍ୟା ।

ଢେଙ୍କାନାଳ, କିନ୍ନର ସମାଜ ସହ ତା ୧/୦୯/୨୦୨୨ ରେ ନୂଆଁଖାଇ ପର୍ବ ପାଳନ କରିଛନ୍ତି।

FB_IMG_1686103726896
Picsart_22-04-11_10-18-21-175

କ୍ଲବ ର ଅଧ୍ୟକ୍ଷା ଦୀପ୍ତିବାଳା ମିଶ୍ର ଙ୍କ ନେତୃତ୍ୱ ରେ ସମ୍ପାଦିକା ବିଶ୍ଵଭାରତୀ ରଥ, ଏଡ଼ିଟର ଶ୍ରୀମତୀ ପୁଷ୍ପା ରାଣୀ ମିଶ୍ର, ଆଇଏସଓ ପ୍ରିୟତମା ମିଶ୍ର, କୋଷାଧ୍ୟକ୍ଷ ଅନ୍ନପୂର୍ଣ୍ଣା ବେହେରା ଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ବେଶ୍ କିଛି ସମୟ ସେମାନଙ୍କ ସହ ଅତିବାହିତ କରିଥିଲେ।

IMG-20230205-WA0003
Picsart_22-04-11_10-18-21-175

ଅନୁଷ୍ଠାନ ତରଫରୁ ସେମାନଙ୍କୁ ଏକ ଗ୍ୟାସ ଷ୍ଟୋଭ, ଶୁଖିଲା ଖାଦ୍ୟ ଏବଂ ଅନେକ ପ୍ରକାରର ପ୍ରସାଧନ ସାମଗ୍ରୀ ପ୍ରଦାନ କରାଯିବା ସହ କିଛି ସହାୟକ ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଇଥିଲା। ସମସ୍ତେ ଏକତ୍ର ମିଷ୍ଟାନ୍ନ ଭୋଜନ କରି ନୂଆଁଖାଇ ପାଳନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତ ସଦସ୍ୟା ତଥା କିନ୍ନର ସମାଜ ର ଭଉଣୀ ଏକତ୍ର ସମ୍ବଲପୁରୀ ନୃତ୍ୟଗୀତ ର ତାଳେ ତାଳେ ନୂଆଁଖାଇ ପର୍ବ କୁ ବେଶ୍ କିଛି ସମୟ ଉପଭୋଗ କରିଥିଲେ।

Picsart_22-04-11_10-18-21-175

ଆଗକୁ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଇନର୍ ହୁଇଲ୍ କ୍ଲବ କପିଳାସ ସେମାନଙ୍କ ସହ ସହଯୋଗ ର ହାତ ରଖିବ ବୋଲି ଅଧ୍ୟକ୍ଷା ଦୀପ୍ତିବlଳl ମିଶ୍ର ପ୍ରକାଶ କରିଛନ୍ତି।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

seventeen + ten =