Tuesday, 23/April/2024 04:26
Mo Dhenkanal
ଢେଙ୍କାନାଳ ଖବର

ଯୋଗଦେଲେ ନୂତନ ଆରକ୍ଷୀ ଅଧିକ୍ଷକ !

ଆରକ୍ଷୀ ଅଧିକ୍ଷକ କେ. ଶିବା ସୁବ୍ରମଣିଙ୍କ ବିଦାୟ ପରେ ଢେଙ୍କାନାଳ ଜିଲ୍ଲାରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଲୋଗାନୟାଗୀ ଦିବ୍ୟା ଭି ଆଜି ନିଜ କାର୍ଯ୍ୟରେ ଯୋଗଦେଇଛନ୍ତି । ଶ୍ରୀମତୀ ଦିବ୍ୟା ଭି ୨୦୧୩ ମସିହାର ଆଇପିଏସ ଅଟନ୍ତି । ସେ ଏହାପୂର୍ବରୁ ଓଡିଶା କ୍ରାଇମବ୍ରାଞ୍ଚର ଏସପି ଭାବେ କାର୍ଯ୍ୟରତ ଥିଲେ ।

FB_IMG_1686103726896
Picsart_22-04-11_10-18-21-175

ଜଣେ ଦକ୍ଷ ମହିଳା ପୁଲିସ ଅଧିକାରୀଙ୍କ ଭାବେ ଶ୍ରୀମତୀ ଦିବ୍ୟା ଭିଙ୍କ ସୁନାମ ରହିଛି । ଆଜି ପୂର୍ବାହ୍ନରେ ସେ ଢେଙ୍କାନାଳ ପୁଲିସ ମୁଖ୍ୟାଳୟରେ ଯୋଗଦେବା ପରେ ତାଙ୍କୁ ସେଠାରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପୂର୍ବରୁ ଢେଙ୍କାନାଳ ଜିଲ୍ଲାରେ ଆଇପିଏସ ସନ୍ତୋଷ ବାଲା ଓ ଅନୁପମା ଜେମ୍ସଙ୍କ ପରେ ଶ୍ରୀମତୀ ଦିବ୍ୟା ଭି ହେଉଛନ୍ତି ତୃତୀୟ ମହିଳା ଏସପି । ଆଗାମୀ ଦିନରେ ଢେଙ୍କାନାଳରେ ଟ୍ରାଫିକ ସମସ୍ୟା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ସହିତ ବେଆଇନ ବ୍ରାଉନସୁଗାର କାରବାରକୁ ରୋକିବା ପାଇଁ ସେ କାମ କରିବେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

11 − nine =