Monday, 22/April/2024 03:14
Mo Dhenkanal
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୋ ନିର୍ମିତ ସଭାଗୃହ ଉଦଘାଟିତ

ମୋ ସ୍କୁଲ୍ ଅଭିଯାନରେ ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୋ ନିର୍ମିତ ସଭାଗୃହ ଉଦ୍ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆଲୁମିନି ସଭାପତି ଗୁପ୍ରେଶ୍ଵର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ତାଙ୍କ ବକ୍ତବ୍ୟରେ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ୍ ହେବା ପାଇଁ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସଦାସର୍ବଦା ନିଜ ପରିବାରରେ ଛୋଟ ପିଲାଠୁଁ ଆରମ୍ଭ କରି ବୟସ୍କଙ୍କୁ ସୃଜନଶୀଳ ବ୍ୟବହାର ପ୍ରଦର୍ଶନ କରିବା ନିମନ୍ତେ ପ୍ରବତାଇବା ଆବଶ୍ୟକ । ଏହାଦ୍ଵାରା ଯେକୌଣସି ବିଦ୍ୟାଳୟରେ ବିଦ୍ୟାଶିକ୍ଷା ଲାଭ କରିଥିବାର ମାନ ବୃଦ୍ଧିହେବା ସହିତ ପ୍ରତ୍ୟକ୍ଷ ଭାବେ ମୋ ସ୍କୁଲ୍ ଅବିଯାନର ମୂଲ୍ୟାଙ୍କନ ସାର୍ଥକ ହେବ । ସେଥିପାଇଁ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଆଗାମୀ ପିଢୀ ପାଇଁ ଏକ ସଂସ୍କାର ମୂଳକ ସମାଜ ଗଠନରେ ଉତରଦାୟୀ ହୁଅନ୍ତି । ଯାହାକି ପରବର୍ତ୍ତୀ ପିଢୀଙ୍କ ପାଇଁ ମାର୍ଗଦର୍ଶନ ହୋଇଥାଏ ବୋଲି ସାଂସଦ ବକ୍ତବ୍ୟରେ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ସାହୁ ତାଙ୍କ ଅଭିଭାଷଣ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ବର୍ତମାନର ଶିକ୍ଷୟିତ୍ରୀମାନଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ । ସମ୍ବର୍ଦ୍ଧନା କରିବାର ମୂଳ ଉଦେଶ୍ୟ ଥିଲା ଏହି ବାପୁଜୀ ସ୍କୁଲ୍‌କୁ ଆସି ପରିଚାଳନା ତୃଟିକୁ ସମାଧାନ କରିବା ଓ ନିଜ ସ୍କୁଲ୍ ଭାବି ସାହାଯ୍ୟ ସହଯୋଗ କରିବା ନିମନ୍ତେ ଅନୁରୋଧ କରିବା ସହିତ କରୋନା ମହାମାରୀ ସଂପର୍କରେ ସମସ୍ତ ପୁରାତନ ଛାତ୍ର, ଛାତ୍ରୀ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ନିଜ ପରିବାର ସହିତ ଛାତ୍ରମାନଙ୍କୁ ସଚେତନତା କରାଇବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ସରକାରଙ୍କ ମୋ ସ୍କୁଲ୍ ଅଭିଯାନ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ ଓ ହିନ୍ଦୋଳ ବ୍ଲକ୍‌ର ଅଧ୍ୟକ୍ଷ ପ୍ରିୟ ରଞ୍ଜନ ମାହୁନ୍ତ ତାଙ୍କ ଭାଷଣ ପ୍ରସଙ୍ଗରେ ବିଦ୍ୟାଳୟରେ ଗୋଟିଏ ସ୍ମାର୍ଟ କ୍ଲାସ୍ ପାଇଁ ସାଂସଦଙ୍କୁ ଅନୁରୋଧ କରିଥିଲେ । ପ୍ରଧାନଶିକ୍ଷୟିତ୍ରୀ ଅନୁକମ୍ପା ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର ସିଂହ, ଆଲୁମିନିର ସଦସ୍ୟ ଡ. ଦେବୀ ପ୍ରସାଦ ମିଶ୍ର, ବିଦ୍ୟୁତୁଲତା ନାୟକ, ଜଗଦୀଶ ଚନ୍ଦ୍ର ଦାଶ, ଭରତ ଦାସ, ଏସ୍.ଏମ୍.ସି.ର ପୁରାତନ ସଭାପତି ବ୍ରହ୍ମାନନ୍ଦ ସିଂହ, ସୁଦର୍ଶନ ମାଟି, ସଂଗ୍ରାମ କେଶରୀ ପାଣି, ସି.ଆର୍.ସି.ସି. ପ୍ରଭାତୀ ବେହେରା ଓ ସୁବାଶିନୀ ମିଶ୍ର, ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ନିର୍ମଳା ଆଚାର୍ଯ୍ୟ, କଲ୍ୟାଣୀ ସାହୁ, ସଂଧାରାଣୀ ମିଶ୍ର, ରଶ୍ମିରେଖା ପଣ୍ଡା ଓ ପ୍ରଣତୀ ପତି ତଥା ଏସ୍.ଏମ୍.ସି. ସଦସ୍ୟମାନଙ୍କ ସହଯୋଗରେ ଉଦ୍‌ଘାଟନ ଉତ୍ସବଟି ସାଫଲ୍ୟ ମଣ୍ଡିତ ହୋଇଥିଲା ଆଲୁମିନି ସଦସ୍ୟ ରୁଦ୍ରନାରାୟଣ ନନ୍ଦ ବିଦ୍ୟାଳୟର ଆବଶ୍ୟକତା ପୂରଣ ପାଇଁ ଆଉ ୨ ଜଣ ଶିକ୍ଷକଙ୍କ ନିଯୁକ୍ତି ପାଇଁ ଅନୁରୋଧ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୁକମ୍ପା ମିଶ୍ର ସ୍କୁଲ୍‌ର ଅପୂରଣୀୟ କାମଗୁଡିକୁ ପୁରଣ କରିବା ପାଇଁ ଯାହା ଭିତିଭୂମି ଆବଶ୍ୟକ ତାହା ଯୋଗାଇଦେବା ପାଇଁ ସାଂସଦଙ୍କୁ ଅନୁରୋଧ କରିଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ପ୍ରତିମା ସାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଶେଷରେ ସାଂସଦ ଶ୍ରୀ ସାହୁ ସ୍କୁଲ୍ ପରିସର ମଧ୍ୟରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ସେଠାରେ ବନମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ କରିଥିଲେ ।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

7 + five =