ନ୍ୟୁ ଇଣ୍ଡିଆ ଦ୍ୱାରା ବର୍ଷାଜଳ ସଂରକ୍ଷଣ ସଚେତନତା
ଢେଙ୍କାନାଳ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନ୍ୟୁ ଇଣ୍ଡିଆ ଆନୁକୂଲ୍ୟରେ ଏବଂ ଭାରତ ସରକାର ଯୁବ ଓ କ୍ରୀଡା ବିଭାଗ ନେହେରୁ ଯୁବ କେନ୍ଦ୍ର ସହଯୋଗରେ ସନ୍ଥପୁରସ୍ଥିତ ପ୍ରଶିକ୍ଷଣ କେନ୍ଦ୍ରରେ ବର୍ଷାଜଳ ସଂରକ୍ଷଣ ସମ୍ପର୍କିତ ସଚେତନାତା କାର୍ଯ୍ୟକ୍ରମ ଗତ ୧୯ ତାରିଖରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ରଟ ଜଳ ସମସ୍ୟା, ବୃଷ୍ଟିଜଳ ସଂରକ୍ଷଣର ଆବଶ୍ୟକତା ସମ୍ପର୍କରେ ଆଲୋଚନା ହେବା ସହିତ ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ସଚେତନତା ଶୋଭାଯାତ୍ରା, ପୋଷ୍ଠର ଆଦି ପ୍ରତିଯୋଗୀତା ହୋଇଥିଲା । କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।
ମୁଖ୍ୟ ଅତିଥି ଭାବେ ମନରେଗା ଲୋକପାଳ ଅମରେନ୍ଦ୍ର ମଲ୍ଲ, ନେହେରୁ ଯୁବକେନ୍ଦ୍ର ଅତିରିକ୍ତ ନିଦେ୍ର୍ଦଶକ ଅଶୋକ କୁମାର ଦାଶ, ସମାଜସେବୀ କୈଳାଶ ଚନ୍ଦ୍ର ରାଉତ, ଗଗନ ବିହାରୀ ରାଉତ, ଉତ୍ସବ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ନ୍ୟୁ ଇଣ୍ଡିଆ ସମ୍ପାଦକ ଶେଷଦେବ ରାଉତ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଂଯୋଜକ ସଞ୍ଜୟ ଦାସ ସହଯୋଗ କରିଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ