Sunday, 08/September/2024 09:13
Mo Dhenkanal
ଢେଙ୍କାନାଳ ଖବର

ସହରାଞ୍ଚଳରେ ରାତି ୯ରୁ ନାଇଟ୍ କର୍ଫ୍ୟୁ, ରାଜ୍ୟର ସ୍କୁଲରେ ଅଫଲାଇନ ପାଠପଢ଼ା ବନ୍ଦ ।

ଗତ କାଲିଠୁ ଆସିଛି କରୋନାର ନୂଆ ଗାଇଡଲାଇନ୍ । ନୂଆ ଗାଇଡଲାଇନ୍ ସମ୍ପର୍କରେ ସୂଚନା ଦେଇଛନ୍ତି ଏସଆରସି । ନୂଆ ଗାଇଡଲାଇନ୍ ଅନୁସାରେ ସହରାଞ୍ଚଳରେ ରାତି ୯ଟାରୁ ନାଇଟ୍ କରଫ୍ୟୁ ଲାଗୁହେବ । ରାତି ୧୦ ବଦଳରେ ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ଉନ୍ନୟନ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ସହ ସାରା ରାଜ୍ୟରେ ସ୍କୁଲ୍ କ୍ଲାସରୁମରେ ପାଠପଢା ବନ୍ଦ ହେବ ବୋଲି ନୂଆ ଗାଇଡଲାଇନରେ ନିର୍ଦ୍ଦେଶ ରହିଛି । ଅନଲାଇନରେ ପାଠ ପଢାଯିବ ବୋଲି ସୂଚନା ଦିଆଯାଇଛି । ତେବେ ନାଇଟ୍ କର୍ଫ୍ୟୁ ସମୟରେ କେବଳ ଜରୁରି ସେବା ଜାରି ରହିବ ।

FB_IMG_1686103726896
Picsart_22-04-11_10-18-21-175

ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା । ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ନେଇ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି । ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଣିକି ରାତି ୯ଟାରୁ ନାଇଟ୍‌କର୍ଫ୍ୟୁ ଲାଗୁ କରାଯାଇଛି । ଆସନ୍ତା ୭ ତାରିଖରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁହେବ ନାଇଟ୍‌ କର୍ଫ୍ୟୁ । ଏହା ସହିତ ରାଜ୍ୟରେ ବନ୍ଦ ରହିବ କ୍ଲାସରୁମ୍‌ ପାଠପଢା । ଦ୍ବାଦଶ ଶ୍ରେଣୀ ଯାଏଁ ଜାରି ରହିଥିବା କ୍ଲାସ୍‌ ରୁମ୍‌ ପାଠପଢା ବନ୍ଦ ରହିବ । ପୂର୍ବପରି ଅନଲାଇନ୍‌ରେ ପାଠପଢା ଜାରି ରହିବ । ଏସ୍‌ଆର୍‌ସି ଜାରି କରିଥିବା ନୂଆ ଗାଇଡଲାଇନ୍‌ ଅନୁଯାୟୀ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍‌ । ଏହା ସହିତ ୧୦୦ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ଏବଂ ବ୍ରତଘର କାର୍ଯ୍ୟ ଚାଲୁରହିବ ।

IMG-20230205-WA0003
Picsart_22-04-11_10-18-21-175

ରାତି ୯ଟାରୁ  ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ ହେବ । ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ, କ୍ଲାସ ବନ୍ଦ ରହିବ । ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ । ତେବେ କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢା ଚାଲୁ ରହିବ । ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ ଡାଉଟ କ୍ଲିୟରିଂ କ୍ଲାସ କରିପାରିବେ । ଏହା ସହ ହାଟ ବଜାରରେ ଭିଡ଼ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଛି । ଭିଡ଼ ହେଲେ ମଲ,ଦୋକାନ ମାଲିକ ଦାୟୀ ରହିବେ । ଏବଂ ଏଥିପାଇଁ ୭ ଦିନ ଯାଏ ଏଗୁଡିକୁ ବନ୍ଦ କରିଦିଆଯିବ । ରାଜନୈତିକ, ଶୈକ୍ଷିକ ସମାବେଶରେ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିବ । ବିବାହ ଆଦି କାର୍ଯ୍ୟକ୍ରମରେ ୧୦୦ ଲୋକ ସାମିଲ ହୋଇପାରିବେ । ବିବାହ ପ୍ରସେସନରେ ସର୍ବାଧିକ ୩୦ ଜଣଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିବ । ଇଣ୍ଡୋର ହଲରେ କାର୍ଯ୍ୟକ୍ରମ ହେଉଥିଲେ ୫୦ ପ୍ରତିଶତ କ୍ଷମତାକୁ ଅନୁମତି ମିଳିଛି । ପର୍ଯ୍ୟଟନ ସ୍ଥାନରେ ପିକନିକ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କୌଣସି ହୋଟେଲ, ପାର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବନି । ଏହାସହ ସ୍କୁଲ, କଲେଜ ପିକନିକ, ଏସକର୍ସନ ସମ୍ପୂର୍ଣ୍ଣଭାବେ ବାରଣ ହୋଇଛି । ଅନ୍ୟପଟେ ହୋଟେଲ, ବାର ରାତି ୯ଟା ଯାଏ ଖୋଲା ରହିବା ସହ ୫୦% କ୍ଷମତାରେ ଚାଲିବ । ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିହେବ ଏବଂ ଏଥିରେ ସର୍ବାଧିକ ୫ ଜଣ ଗ୍ରାହକ ରହିବା ପାଇ ଅନୁମତି ରହିଛି ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

4 × five =