Sunday, 06/October/2024 04:33
Mo Dhenkanal
ଢେଙ୍କାନାଳ ଖବର

ବାଜିଲା ପୌର ବିଗୁଲ, ୨୪ ମାର୍ଚ୍ଚରେ ପୌର ନିର୍ବାଚନ !

ମୋ ଢେଙ୍କାନାଳ ବ୍ୟୁରୋ : ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ । ରାଜ୍ୟର ୧୦୬ ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ଆସନ୍ତା ୨୮ ଫେବ୍ରୁଆରୀରେ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ।

FB_IMG_1686103726896
Picsart_22-04-11_10-18-21-175

ନାମାଙ୍କନ ପତ୍ର ଦାଖଲ : ୨ ମାର୍ଚ୍ଚରୁ ୭ ମାର୍ଚ୍ଚ ୨୦୨୨
ପ୍ରାର୍ଥୀପତ୍ର ଯାଞ୍ଚ : ୯ ମାର୍ଚ୍ଚ ୨୦୨୨
୧୪ ମାର୍ଚ୍ଚ ପର୍ଯ୍ୟନ୍ତ  : ପ୍ରାର୍ଥୀପତ୍ର ପ୍ରତ୍ୟାହାର, ସରକାରୀ ଛୁଟିଦିନରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇପାରିବନି
ଭୋଟଦାନ : ୨୪ ମାର୍ଚ୍ଚ ୨୦୨୨
ଫଳାଫଳ : ୨୬ ମାର୍ଚ୍ଚ ୨୦୨୨
ଉପାଧ୍ୟକ୍ଷ ନିର୍ବାଚନ : ୭ ଏପ୍ରିଲ ୨୦୨୨
ଡେପୁଟି ମେୟର ନିର୍ବାଚନ : ୮ ଏପ୍ରିଲ ୨୦୨୨

IMG-20230205-WA0003
Picsart_22-04-11_10-18-21-175

ଚଳିତଥର ପୌରସଂସ୍ଥାର ଅଧ୍ୟକ୍ଷ, ମହାନିଗର ନିଗମର ମେୟର ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ । ଅଥାର୍ତ ଏହି ପଦ ପାଇଁ ସିଧାସଳଖ ଭୋଟ ଦେବେ ଭୋଟର । ଯେଉଁଥିପାଇଁ ପ୍ରତ୍ୟେକ ବୁଥରେ ୨ଟି ଲେଖାଏଁ ଇଭିଏମ ରହିବ । ଗୋଟିଏ ଇଭିଏମରେ କର୍ପୋରେଟର /କାଉନସିଲରଙ୍କ ପାଇଁ ଭୋଟ ପଡିବ । ଅନ୍ୟ ଇଭିଏମରେ ପୌରସଂସ୍ଥାର ଅଧ୍ୟତ୍ତ୍ୱକ୍ଷ/ମେୟର ପଦ ପାଇଁ ଭୋଟ ଦେବେ ଭୋଟର । ପ୍ରଥମ ଥର ପୌର ନିର୍ବାଚନରେ ଇଭିଏମରେ ନୋଟା ବିକଳ୍ପ ରହିବ । ଚଳିତ ଥର ପ୍ରାର୍ଥୀ ମାନେ ୨ଟି ସତ୍ୟପାଠ ଦେବା ବାଧ୍ୟତାମୂଳକ ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

6 − 3 =