Monday, 07/October/2024 11:43
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳରେ ମେଡିକାଲ୍ କଲେଜ୍ ନିମନ୍ତେ ଦାବୀ କଲେ ସାଂସଦ ମହେଶ ସାହୁ ।

ମୋ ଢେଙ୍କାନାଳ : କେନ୍ଦ୍ର ସରକାର ଦେଶରେ କେତେକ ଜିଲ୍ଲାକୁ ଆକାଂକ୍ଷା ଜିଲ୍ଲା ଭାବେ ଘୋଷଣା କରିଥିବାବେଳେ ଆମ ରାଜ୍ୟର ଢେଙ୍କାନାଳ ଜିଲ୍ଲା ଆକାଂକ୍ଷା ଜିଲ୍ଲା ଭାବେ ଘୋଷଣା କରାଯାଇଛି ।

FB_IMG_1686103726896
Picsart_22-04-11_10-18-21-175

ଆକାଂକ୍ଷା ଜିଲ୍ଲା ଗୁଡିକରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବାବେଳେ ଅଦ୍ୟାବଧି ଢେଙ୍କାନାଳ ଜିଲ୍ଲାରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ହୋଇପାରିନଥିବା ଘୋର ପରିତାପର ବିଷୟ ।

IMG-20230205-WA0003
Picsart_22-04-11_10-18-21-175

ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ମେଡିକାଲ କଲେଜ୍ ପାଇଁ ଭିତିଭୂମି ରହିଥିବାବେଳେ ବହୁ ରୋଗୀ ଆଗମନକୁ ଦେଖି ଓ ମେଡିକାଲ୍ କଲେଜ୍ ସୁବିଧାରୁ ବଞ୍ଚିତ ହେଉଥିବାକୁ ଅନୁଭବ କରି ସାଂସଦ ମହେଶ ସାହୁ ଏହି ସଂପର୍କରେ ଶୀତକାଳିନ ଅଧିବେଶନରେ ସସଂଦ ଗୃହରେ ଉପସ୍ଥାପନ କରିବା ସହିତ ବ୍ୟକ୍ତିଗତ ଭାବେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନ୍‌ସୁଖ୍ ମାଣ୍ଡଭ୍ୟାଙ୍କୁ ଭେଟି ଢେଙ୍କାନାଳରେ ମେଡିକାଲ୍ କଲେଜ୍ ସ୍ଥାପନ ବିଷୟରେ ଲିଖିତ ଭାବେ ଦାବୀ ଜଣାଇଛନ୍ତି । ସାଂସଦଙ୍କ ଦାବୀପତ୍ର ପାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟା ଏ ବିଷୟରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଛନ୍ତି ।

Picsart_22-04-11_10-18-21-175

ସୌମ୍ୟବ୍ରତ ସାହୁଙ୍କ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

5 + 6 =