ଢ଼େଙ୍କାନାଳ : ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଅନ୍ତର୍ଭୁକ୍ତ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତିକରଣ ନିମନ୍ତେ ସାଆନ୍ଦା ତଳବେରଣା ଠାରୁ ପାଣି ଗେଙ୍ଗୁଟିଆ ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୩ ନମ୍ବର ଶୁଣ୍ଢି ତଇଳା ଠାରୁ ଭୟା କୋଆଳୋ କୁଣ୍ଢେଇ ଖୋଲ ପର୍ଯ୍ୟନ୍ତ, ଲୋଧଣୀ ହାଇ ସ୍କୁଲ ଛକ ଠାରୁ କୁମୁସି ପର୍ଯ୍ୟନ୍ତ, ଜାତୀୟ ରାଜପଥ ମୁକ୍ତାପଶି ଠାରୁ ଭୟା ବଡଝରା କାମରଦା ପର୍ଯ୍ୟନ୍ତ ରାସ୍ତାର ଢେଙ୍କାନାଳ ସାଂସଦ ମହେଶ ସାହୁ, ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଙ୍କ କରକମଳରେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ଏହି ରାସ୍ତା ହେବା ଦ୍ୱାରା ପରଜଙ୍ଗ ଓ କଙ୍କଡାହାଡ଼ ବ୍ଲକ ର ସମସ୍ତ ଗ୍ରାମାଞ୍ଚଳ ସହିତ ସଂଯୋଗ ହୋଇ ପାରିବ । ଯାହା ଫଳରେ ଗମନାଗମନ ର ଆଉ କୌଣସି ସମସ୍ୟା ରହିବ ନାହିଁ।
ସମସ୍ତ ଅଞ୍ଚଳ ର ରାସ୍ତାର ଦୂରତା କମି ପାରିବ, ରାଜ୍ୟ ସରକାର ଓ ପରଜଙ୍ଗ ବିଧାୟକ ଙ୍କ କରକମଳ ରେ ଅଞ୍ଚଳର ବେଶ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ ହୋଇ ପାରୁଛି । ଯାହା ଫଳରେ ଅଞ୍ଚଳ ବାସୀ ଙ୍କ ମଧ୍ୟରେ ଖୁସିର ଉତ୍ସବ ଦେଖିବା ପାଇଁ ମିଳୁଅଛି । ରାଜ୍ୟ ସରକାର ସବୁବେଳେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ସମୃଦ୍ଧି ବିକାଶ ଓ ଉର୍ଣ୍ଣତୀ ପାଇଁ ସଂକଳ୍ପବଦ୍ଧ। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ସମ୍ମାନୀତ ଅତିଥି ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ମମତା ପାଣି, ବିଜେଡି ଜିଲ୍ଲା ସମ୍ପାଦକ ଗୌତମ ପାଣି, ବ୍ଲକ ଯୁବ ବିଜେଡି ସଭାପତି ସୁବ୍ରତ ଦାସ, ଯୁବଶକ୍ତି ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ, ପରଜଙ୍ଗ ସରପଞ୍ଚ ପ୍ରିୟଜୀତ ସାମଲ, ବଡଝରା ସରପଞ୍ଚ ବିମଳ ସାହୁ, ମୁକ୍ତାପଶି ସରପଞ୍ଚ ରଞ୍ଜନ ସେଠୀ, କଲଦା ସରପଞ୍ଚ ଦିଲ୍ଲୀପ ସାହୁ, ସୋସିଆଲ ମିଡ଼ିଆ ପ୍ରଭାରୀ ତରଣୀ ସେନ ପ୍ରମୁଖ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ