ଆଜି ସିନର୍ଜୀ ଶିକ୍ଷା ଅନୁଷ୍ଠାନ ସମୁହ ଏବଂ ଗୁଜୁରାଟର ସାଇବର ଡୋଜୋ ମଧ୍ୟରେ ସହଭାଗିତା ସ୍ବାକ୍ଷରିତ ହୋଇଛି । ଏହା ଫଳରେ ସିନର୍ଜୀ ଶିକ୍ଷାନୁଷ୍ଠାନ ସମୁହର ଛାତ୍ରଛାତ୍ରୀ ମାନେ ସାଇବର ସୁରକ୍ଷା ବିଷୟରେ ଅତ୍ୟାଧୁନିକ ପ୍ରଣାଳୀ ଏବଂ ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ବିଷୟରେ ଶିକ୍ଷା ଲାଭ କରିପାରିବେ ।
ଆଜିର ଉତ୍ସବରେ ସିନର୍ଜୀ ଯାନ୍ତ୍ରିକ ମହାବିଦ୍ୟାଳୟର କମ୍ପୁଟର ବିଭାଗ ମୁଖ୍ୟ ପ୍ରଫେସର ସ୍ମୃତିରଞ୍ଜନ ଦାସ, ପ୍ରଫେସର ଏସ୍ ଅବିନାଶ , ସାଇବର ଡୋଜୋର ଶ୍ରୀଯୁକ୍ତ ହର୍ଷଙ୍କ ଉପସ୍ଥିତରେ ପ୍ରିନ୍ସିପାଲ ଡ଼ଃ ଇତିଶ୍ରୀ ମହାନ୍ତି ଏବଂ
ସାଇବର ଡୋଜୋର ମୁଖ୍ୟ ଶ୍ରୀଯୁକ୍ତ ଜୟ ରାଓ୍ବଲଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଏହି ଉତ୍ସବରେ ସିନର୍ଜୀ ଯାନ୍ତ୍ରିକ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ