Monday, 07/October/2024 10:05
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରୁ ଚନ୍ଦ୍ର ଓ ଶୁକ୍ରଙ୍କ ବିରଳ ଦୃଶ୍ୟ !

ମହାକାଶରେ ବିରଳ ଦୃଶ୍ୟ । ପାଖାପାଖି ଦେଖାଗଲେ ଚନ୍ଦ୍ର ଓ ଶୁକ୍ର । ଗତକାଲି ସନ୍ଧ୍ୟାରେ ମହାକାଶରେ ଦେଖିବାକୁ ମିଳିଛି ଏମିତି ବିରଳ ମହାଜାଗତିକ ଦୃଶ୍ୟ । ଚନ୍ଦ୍ର ଓ ଶୁକ୍ର ଗୋଟିଏ ସରଳ ରେଖାରେ ରହିଥିଲେ । ଶୁକ୍ର, ଚନ୍ଦ୍ର ପାଖାପାଖି ହେବା ପରେ, ଆଂଶିକ ଚନ୍ଦ୍ର ଅପେକ୍ଷାକୃତ ଭାବେ ଅଧିକ ଉଜ୍ୱଳ ଦେଖାଯାଇଥିଲା । ତେବେ ଚନ୍ଦ୍ର ତୁଳନାରେ ଶୁକ୍ର କମ୍ ଉଜ୍ୱଳ ଦେଖାଯାଇଥିଲା ।

FB_IMG_1686103726896
Picsart_22-04-11_10-18-21-175

ଶୁକ୍ର ଓ ବୃହସ୍ପତି ପାଖାପାଖି ଦେଖାଯିବାର ଦିନକ ପରେ ଚନ୍ଦ୍ର ଓ ଶୁକ୍ର ପାଖାପାଖି ଦେଖାଯିବା ଚର୍ଚ୍ଚାର ବିଷୟ ହୋଇଛି । ଚନ୍ଦ୍ର ପାଖରେ ଶୁକ୍ର ରହିବାର ଏହି ବିରଳ ଦୃଶ୍ୟ ବିଶ୍ୱର ବିଭିନ୍ନ ଦେଶରେ ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଆକାଶରେ ଦେଖାଯାଉଥିବା ଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଅନ୍ୟତମ ।

IMG-20230205-WA0003
Picsart_22-04-11_10-18-21-175

ଆଉ ଶୁକ୍ର ଚନ୍ଦ୍ରର ପାଖାପାଖି ହେବା ଫଳରେ ଆଜି ଜହ୍ନ ଅଧିକ ଉଜ୍ୱଳ ଦେଖାଯାଇଥିଲା । ଚନ୍ଦ୍ର ଓ ଶୁକ୍ର ଅତି ପାଖାପାଖି ଦେଖାଯାଉଥିଲେ ବି ପ୍ରକୃତରେ ଦୁହେଁ ପରସ୍ପରଠାରୁ ବହୁ ଦୂରରେ ରହିଛନ୍ତି । ଗତକାଲି ଠାରୁ ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Picsart_22-04-11_10-18-21-175

ଗତକାଲି ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଏହି ବିରଳ ଦୃଶ୍ୟକୁ ଦେଖିବାକୁ ଲାଗିଥିଲା ଭିଡ଼, ବିଜ୍ଞାନ ଅଧିକାରୀ ଏମ ଏମ ରାଉତଙ୍କ ନେତୃତ୍ୱରେ ଟେଲେସ୍କୋପ ମାଧ୍ୟମରେ ଏହି ଦୃଶ୍ୟକୁ ଅତି ନିକଟରୁ ଦେଖି ଛାତ୍ରଛାତ୍ରୀ ଓ ଢେଙ୍କାନାଳ ବାସୀ ବହୁତ ଖୁସି ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

7 − three =