ଢେଙ୍କାନାଳ ଆଜି ଦିବା ୧୧ ଘଟିକା ସମୟରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ କୋଭିଡ ପରିଚାଳନା ନିମନ୍ତେ ଏକ ମକଡ୍ରିଲ ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ ଦାସ, ଜିଲ୍ଲା ଜନ ଚିକିତ୍ସାଧିକାରୀ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଡାକ୍ତରଖାନା ପରିଚାଳକ ଏବଂ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।
ଆଗାମୀ ଦିନରେ କିପରି ସୂଚାରରୂପେ କୋଭିଡ ରୋଗୀ ମାନଙ୍କୁ ଠିକ ଭାବରେ ଚିକିତ୍ସା ମିଳିପାରିବ ଏବଂ କୋଭିଡ କୁ ପ୍ରତିରୋଧ କରାଯାଇପାରିବ ସେ ବାବଦରେ ଯେଉଁ ପଦକ୍ଷେପ ନିଆଯାଇଥିଲା ସେଥିରେ ଜିଲ୍ଲାପାଳ ସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ