Monday, 22/April/2024 02:28
Mo Dhenkanal
ଢେଙ୍କାନାଳ ଖବର

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ।

ଢେଙ୍କାନାଳ ନେହୁର ଯୁବ କେନ୍ଦ୍ର ସଂଗଠନ ଓଡିଶା ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅବସରରେ ହରେକୃଷ୍ଣପୁର ଗ୍ରାମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚି ପ୍ରଥମେ ସ୍ୱାଧିନତା ସଂଗ୍ରାମୀ, ବିପ୍ଳବୀ ତଥା ପୂର୍ବତନ ସାଂସଦ ୰ସାରଙ୍ଗ ଧର ଦାସଙ୍କ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ ।

FB_IMG_1686103726896
Picsart_22-04-11_10-18-21-175

ପରେ ଜାତୀୟ ପତାକା ଧରି ଏକ ଶୋଭାଯାତ୍ରାରେ ଯାଇ ବୀର ମାଟିରୁ କଳସ ଦ୍ଵାରା ମାଟି ସଂଗ୍ରହ କରି ଗ୍ରାମ ପରିକ୍ରମା ପରେ ହରେକୃଷ୍ଣ ପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିବା ସହ ବିଦ୍ୟାଳୟର ଛାତ୍ର, ଛାତ୍ରୀ ମାନଙ୍କସହ ସାକ୍ଷାତ କରିଥିଲେ ଶିକ୍ଷକ ମାନଙ୍କ ସହ ବିଦ୍ୟାଳୟ ସମସ୍ୟା ପଚାରି ଥିଲେ ।

IMG-20230205-WA0003
Picsart_22-04-11_10-18-21-175

ପରେ ମୋ ମାଟି ମୋ ଦେଶ, ମାଟିକୁ ନମନ, ବୀରଙ୍କୁ ବନ୍ଦନ ବଳିଦାନୀ ଅମର ସହୀଦଙ୍କୁ ଶତ ଶତ ପ୍ରଣାମ କାର୍ଯ୍ୟକ୍ରମ ଓ ସାଧାରଣ ସଭାକାର୍ଯ୍ୟରେ ଯୋଗ ଦାନ କରିଥିଲେ ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

12 + fourteen =