ବିଜୁ ଜନତା ଦଳର ପ୍ରତ୍ୟେକ କର୍ମୀ ତୃଣମୂଳ ସ୍ତରରେ ଘରକୁ ଘର ବୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟ ଓ ସ୍ୱାସ୍ଥ୍ୟ, କ୍ରୀଡା, ମିସନ ଶକ୍ତି, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଇତ୍ୟାଦି କ୍ଷେତ୍ର ରେ ଆନ୍ତର୍ଜାତୀୟ ସ୍ତର ରେ ସଫଳତା ବିଷୟରେ ଲୋକଙ୍କୁ ବୁଝେଇବା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ର ଲାଭ ଯେମିତି ପ୍ରତି ସାଧାରଣ ଲୋକ ଉଠାଇ ପାରିବ ସେ ବିଷୟରେ ଯତ୍ନଶୀଳ ହେବାକୁ ରାଜ୍ଯ ଯୁବ କଲ୍ୟାଣ ବୋର୍ଡ ସଭାପତି ତଥା ଜିଲ୍ଲା ବିଜୁ ଜନତାଦଳ ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ନିଜର ମତବ୍ୟକ୍ତ ରଖିଥିଲେ ।
ସଂଗଠନକୁ କିଭଳି ଭାବରେ ଅଧିକ କ୍ରିୟାଶୀଳ ଓ ସୁଦୃଢ କରିବେ ସେ ସମ୍ପର୍କରେ ମଧ୍ଯ ଶ୍ରୀ ନାୟକ ମତାମତ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଢେଙ୍କାନାଳ ଜିଲ୍ଲା ସଭାପତି ତଥା ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସମେତ ଦଳର ବହୁ କାର୍ଯ୍ୟକର୍ତ୍ତା ଏବଂ ଛାମୁଆ ସଂଗଠନର ପର୍ଯ୍ୟବେକ୍ଷକ ଓ କର୍ମକର୍ତ୍ତା ଉପସ୍ଥିତ ରହି କର୍ମୀ ମାନଙ୍କୁ ଉତ୍ସାହିତ ଓ ଅନୁପ୍ରାଣୀତ କରିଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ