Monday, 22/April/2024 02:19
Mo Dhenkanal
ଢେଙ୍କାନାଳ ଖବର

ବାରିହାପୁର ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହର ଶୁଭ ଉଦଘାଟନ କଲେ ଢେଙ୍କାନାଳ ସାଂସଦ ମହେଶ ସାହୁ!

ମୋଢେ: ବାରିହାପୁର ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହର ଶୁଭ ଉଦଘାଟନ ଅବସରରେ ଉଦଘାଟକ ମାନ୍ୟବର ଢେଙ୍କାନାଳ ସାଂସଦ ମହେଶ ସାହୁ, ମୁଖ୍ୟ ଅତିଥି ପରଜଙ୍ଗ ମାଟିର ସ୍ୱାଭିମାନ ରାଜ୍ୟର ଜନପ୍ରିୟ ନେତା, ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ, ସମ୍ମାନିତ ଅତିଥି ଢେଙ୍କାନାଳ ଜିଲ୍ଲାର ଲୋକପ୍ରିୟ ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା ଯୋଗଦାନ ଦେଇ ଉଦଘାଟନ କରି କହିଥିଲେ ଏହି ମହାବିଦ୍ୟାଳୟ ର ନୂତନ ଶ୍ରେଣୀ ଗୃହ ହେବା ଦ୍ଵାରା ଛାତ୍ର ଛାତ୍ରୀ ଙ୍କ ପାଠ ପଢା ରେ ଆଉ କୌଣସି ସମସ୍ୟା ଦେଖା ଦେବ ନାହିଁ, ଯାହା ଫଳରେ ସମସ୍ତ ଛାତ୍ର ଛାତ୍ରୀ ମାନେ ଠିକ୍ ଭାବରେ ପାଠ ପଢି ପାରିବେ, ଛାତ୍ର ଛାତ୍ରୀ ମାନେ ହିଁ ଆଗାମୀ ପିଢ଼ିର ଆମର ଭବିଷ୍ୟତ, ଏବେ କରୋନା ମହାମାରୀ ତୃତୀୟ ଲହର କୁ ଦୃଷ୍ଟିରେ ରଖି ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ କରି କହିଥିଲେ, ତୃତୀୟ ଲହରୀ କୁ ଆମେ ହାଲୁକା ଭାବେ ନେବା ଉଚିତ୍ ନୁହେଁ ସବୁବେଳେ ଆମେ ସଚେତନ ରେ ରହିବା ସହ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରାଇବା ନିହାତି ଆବଶ୍ୟକ, ରାଜ୍ୟ ସରକାର ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ଜୀବନ ଜୀବିକା ପ୍ରତି ସବୁବେଳେ ଗୁରୁତ୍ଵ ଦେଇ ଆସି ଅଛନ୍ତି ଆମେ ମଧ୍ୟ ସବୁବେଳେ ରାଜ୍ୟ ସରକାର ଙ୍କୁ ସହଯୋଗ କରିବା ପାଇଁ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଆହ୍ବାନ ଦେଇଥିଲେ, ଅନ୍ୟ ମାନଙ୍କ ମନ୍ଧ୍ୟରେ ଢେଙ୍କାନାଳ ବିଜେଡ଼ି ଜିଲ୍ଲା ସମ୍ପାଦକ ଗୌତମ ପାଣି, ଭୂପେଶ୍ ଚନ୍ଦ୍ର ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ, ବାରିହପୁର ସରପଞ୍ଚ ଦୁଷ୍ମନ୍ତ କୁମାର ନାଏକ, ପରଜଙ୍ଗ ସୋସିଆଲ ମିଡ଼ିଆ ତରଣୀ ସେନ୍ ଏବଂ ସମସ୍ତ ଗ୍ରାମବାସୀ ସାମିଲ ଥିଲେ।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

10 − nine =