Sunday, 06/October/2024 04:53
Mo Dhenkanal
ଢେଙ୍କାନାଳ ଖବର

ଭାରତୀୟ ଜୀବନ ବୀମା ନିଗମ ଢେଙ୍କାନାଳ ପକ୍ଷରୁ ବୀମା ସପ୍ତାହ ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ : ୩୦ ୟୁନିଟ ରକ୍ତ ସଂଗ୍ରହ !

ଢ଼େଙ୍କାନାଳ  : ପୌରାଞ୍ଚଳ ଅନ୍ତର୍ଗତ ରଥଗଡା ସ୍ଥିତ ଭାରତୀୟ ଜୀବନ ବୀମା ନିଗମ ଢେଙ୍କାନାଳ ଶାଖା ପରିସରରେ ନିଗମର ୬୫ ତମ ସ୍ୱନକ୍ଷତ୍ର ଓ ବୀମା ସପ୍ତାହର ଷଷ୍ଠ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।ଏହି  ଶିବିରକୁ  ଶାଖାର ମୁଖ୍ୟ ପ୍ରବନ୍ଧକ ବୈଷ୍ଣବ ଚରଣ ବେହେରା ଉଦଘାଟନ କରିଥିଲେ । ଏଥିରେ ଶାଖାର ସମସ୍ତ କର୍ମଚାରୀ ଗ୍ରାହକ ମାନେ ରକ୍ତଦାନ କରିଥିଲେ । ଜିଲ୍ଲା ରକ୍ତ ଭଣ୍ଡାରର  ଲାବ୍ରୋଟାରୀ ଟେକ୍ନିସିଆନ ପରମାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ଶିବିରରୁ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
   ଏହି ରକ୍ତଦାନ ଶିବିରକୁ ନିଗମର ସହକାରୀ ଅଧିକାରୀ ଶୁଭଶ୍ରୀ ମହାନ୍ତି , ମିଡ଼ିଆ କୋଅର୍ଡିନେଟର ମିହିର ଶତପଥୀ, କର୍ମଚାରୀ ରୋଜାଲିନି ସାହୁ, ରିତା ଦାସ, ମକରଧ୍ବଜ ବିଶ୍ୱାଳ, ବିକ୍ରମ ବରାଳ ପ୍ରମୁଖ ପରିଚାଳନା କରିଥିଲେ ।
  ପରିଶେଷରେ ରକ୍ତଦାତାମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

five + 6 =