Monday, 07/October/2024 10:44
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ଜନସୁରକ୍ଷା ପରିଷଦର ସାଧାରଣ ପରିଷଦ ବୈଠକ!

FB_IMG_1686103726896
Picsart_22-04-11_10-18-21-175

ସ୍ଥାନୀୟ ଦଧିବାମନ ମଠ ପରିସରରେ ଢେଙ୍କାନାଳ ଜନସୁରକ୍ଷା ପରିଷଦର ସାଧାରଣ ପରିଷଦ ବୈଠକ ଅନୁଷ୍ଠାନର ସଭାପତି ବିଶିଷ୍ଠ ସମାଜସେବୀ ବିନାୟକ ପ୍ରସାଦ ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସମ୍ପାଦକ ବିଶିଷ୍ଠ କବି ତଥା ସାହିତ୍ୟ ଏକାଡେମୀର ବାହାଦୂର ପାଟସାହାଣୀ ସ୍ୱାଗତ ଭାଷଣ ଦେବାସହ ନୂତନ ସଭ୍ୟମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସଭାପତି  ଶତପଥୀ ଅନୁଷ୍ଠାନର ଇତିହାସ ଓ ପରବର୍ତ୍ତୀ ସମୟରେ ଏହାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ ।
ଢେଙ୍କାନାଳରେ ମେଡିକାଲ କଲେଜ, ସହରରେ ପୂର୍ଣ୍ଣ ଆଲୋକ ବ୍ୟବସ୍ଥା, ଆବଶ୍ୟକୀୟ ଡାକ୍ତର ମୁଖ୍ୟ ଡାକ୍ତରଖାନାରେ ନିଯୁକ୍ତି କରିବା, ସରକାରୀ ଜମିର ସଦୂପଯୋଗ କରିବା, ଟ୍ରାଫିକ ହିସାବରେ ଲାଇଟ୍ ପୋଷ୍ଟ ଓ ଗରିବ ଲୋକଙ୍କୁ ମାଗଣାରେ ସରକାରୀ ଘର ଡିହ ଯୋଗାଇଦେବା ଆଦି ଦାବି ଗୁଡିକ ଉପସ୍ଥାପିତ କରିବା ସହ ଏଥିପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇ ଥିଲା ।ଉକ୍ତ ବୈଠକରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଠା ଆଡ୍‌ଭୋକେଟ ମନୋରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ତାରାପ୍ରସନ୍ନ ଶତପଥୀ, ଯୁଗ୍ମ ଶତପଥୀ କମଳ କୁମାର ମିଶ୍ର, ସମାଜବାଦୀ ନେତା ସରୋଜ ଶତପଥୀ, ଫକୀର ମୋହନ ସାହୁ, ଶାନ୍ତିଲତା ମିଶ୍ର, ସରିତା ପାଟସାହାଣୀ, ନଜରୁଲ ଇସଲାମ୍‌, ଇଶ୍ୱରଚନ୍ଦ୍ର ମୁଦୁଲି, ଶ୍ରୀବତ୍ସ ଚରଣ ଜେନା, ଅମ୍ବିକା ପ୍ରସାଦ ବରାଳ ଓ ସୁରଜିତ ପାଣି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ସଭ୍ୟ ଲକ୍ଷ୍ମୀଧର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

15 − 4 =