Tuesday, 08/October/2024 12:02
Mo Dhenkanal
ଢେଙ୍କାନାଳ ଖବର

ଗୁରୁ ଦିବସରେ ପଞ୍ଚ ଗୁରୁଙ୍କୁ ଗୁରୁ ସମ୍ମାନରେ ସମ୍ମାନିତ!

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳ ସହର ଦକ୍ଷିଣକାଳୀ ରୋଡ ସ୍ଥିତ ଲର୍ଡ଼ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ଅନଲାଇନ ମାଧ୍ୟମରେ ଗୁରୁ ଦିବସ ପାଳନ କରାଯାଇଛି। ଉକ୍ତ କାଯ୍ୟକ୍ରମରେ ଢେଙ୍କାନାଳ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବର୍ମହାନନ୍ଦ ରାଉତ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ପ୍ରଥମେ ଅନୁଷ୍ଠାନ ର ନିର୍ଦେଶକ ଶ୍ରୀ ଭାରତ ଭୂଷଣ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିଲେ। ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଚିତ୍ରଶିଳ୍ପୀ କ୍ଷେତ୍ର ରେ, ସଙ୍ଗୀତ ଗୁରୁ ବ୍ରଜବନ୍ଧୁ ରଣସିଙ୍ଗ, ସଙ୍ଗୀତ କ୍ଷେତ୍ରରେ, ପ୍ରଧାନ ଶିକ୍ଷକ ଶ୍ରୀ ଚତୁର୍ଭୁଜ ମଲ୍ଲିକ, ଶିକ୍ଷା କ୍ଷେତ୍ର ରେ, ଯୋଗ ଗୁରୁ ଶ୍ରୀ ପ୍ରଳୟ ଦାସ, ଯୋଗ ଶିକ୍ଷା କ୍ଷେତ୍ର ରେ, ନୃତ୍ୟ ଗୁରୁ ଶ୍ରୀ ସନ୍ତୋଷ ପ୍ରସାଦ ଦାସ ଙ୍କୁ ନୃତ୍ୟ କ୍ଷେତ୍ର ରେ ଗୁରୁ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ପଞ୍ଚ ଗୁରୁଙ୍କୁ ଶିଷ୍ୟ ମାନେ ବନ୍ଦାଣ କରିସାରିବାପରେ ମୁଖ୍ୟଅତିଥି ଙ୍କ ଦ୍ଵାରା ମାନପତ୍ର, ମୋମେଣ୍ଟ ପ୍ରଦାନ କରାଯାଇଥିଲା। ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଗୁରୁ ହିଁ ସର୍ବଶ୍ରେଷ୍ଠ ଏବଂ ଗୁରୁ ଦିବସ ରେ ଗୁରୁ ମାନଙ୍କୁ ସମ୍ମାନିତ କରିଥିବାରୁ ଅନୁଷ୍ଠାନ କୁ ଉଚ୍ଚ ପ୍ରଶଂସା କରିଥିଲେ।
ଏହି ଅବସରରେ ଅନୁଷ୍ଠାନ ତରଫରୁ ଏକ ରାଜ୍ୟ ସ୍ତରୀୟ ଶ୍ରୀମଦ ଭାଗବତ ଗୀତା ଶ୍ଳୋକ ଉଚ୍ଚାରଣ ପ୍ରତିଯୋଗିତା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଅନଲାଇନ ମାଧ୍ୟମ ରେ ଅନୁଷ୍ଠିତ ହୋଇଥିଲା।ଶେଷରେ ଶ୍ରୀମତୀ ଶୁଭଶ୍ରୀ ବେହେରା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

4 × 1 =