Monday, 07/October/2024 10:48
Mo Dhenkanal
ଢେଙ୍କାନାଳ ଖବର

ଓଡିଶା ଷ୍ଟେଟ ଫୁଡ କମିଶନଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ

FB_IMG_1686103726896
Picsart_22-04-11_10-18-21-175

ଆଜି ପୂର୍ବାହ୍ନରେ ଓଡିଶା ଷ୍ଟେଟ ଫୁଡ କମିଶନ ଶ୍ରୀ ପ୍ରମୋଦ କୁମାର ମେରକାପ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଏବଂ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀ ନୀରଦ ରଞ୍ଜନ ଦାଶଙ୍କ ସହିତ ଜିଲ୍ଲାରେ କାର୍ଯ୍ୟକାରି ହେଉଥିବା ଖାଦ୍ୟ ସୁରକ୍ଷା ଯୋଜନା, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଅଙ୍ଗନବାଡି କେନ୍ଦ୍ରଗୁଡିକର କାର୍ଯ୍ୟକାରିତା, ସରକାରୀ ସୁଲଭ ସାମଗ୍ରୀ ଦୋକାନର ପରିଚାଳନା, ଛତୁ ଚାଷ, ମକା ଚାଷ ଆଦି ସମ୍ପର୍କରେ ଆଲୋଚନା କରିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନା ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରିବାକୁ କମିଶନ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ମହିଳାମାନେ କିଭଳି ଅଧିକ ଆତ୍ମନିର୍ଭରଶୀଳ ହୋଇପାରିବେ ସେଥି ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ କହିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ କୌଣସି ଅଭିଯୋଗ ଆସିଲେ ତାହାର ତୁରନ୍ତ ସମାଧାନ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

IMG-20230205-WA0003
Picsart_22-04-11_10-18-21-175

Picsart_22-04-11_10-18-21-175

ଏହି ଅବସରରେ ଓଡିଶା ଷ୍ଟେଟ ଫୁଡ କମିଶନ କାମାକ୍ଷାନଗର ଅନ୍ତର୍ଗତ ରାଇନରସିଂହପୁର କୋଅପରେଟିଭ ସୋସାଇଟି, କୋଟଗର ମା ଜଗତ ଜନନୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କେନ୍ଦ୍ର, କୁସୁମଯୋଡିସ୍ଥିତ ଛତିଚାଷ କେନ୍ଦ୍ର, ଆଲୁଅଝରଣସ୍ଥିତ ପନିପାରିବା ଓ ମକା ଚାଷ ବୁଲି ଦେଖିବା ସହିତ ସାଧାରଣ ସୁବିଧା କେନ୍ଦ୍ର, ପୁଷ୍ଟି ଉଦ୍ୟାନ, ସଦର ବ୍ଲକ ଅନ୍ତର୍ଗତ ମାତୃଭବନ ହାଇ ସ୍କୁଲ ଆଦି ପରିଦର୍ଶନ କରିଛନ୍ତି ।

ଅପରାହ୍ନରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁଷ୍ଟି ସାଧନ କେନ୍ଦ୍ର ଓ ସ୍ବତନ୍ତ୍ର ଶିଶୁ ସୁରକ୍ଷା କେନ୍ଦ୍ର, ମଙ୍ଗଳପୁରର ବ୍ରାହ୍ମଣୀ ଦେବୀ ସ୍ବୟଂ ସହାୟକ ଗୋଷ୍ଠୀ, ବୋରାପଦା ଖମାର ଏବଂ ଗୋବିନ୍ଦପୁରର ବିଭିନ୍ନ ପୁଷ୍ଟି ଉଦ୍ୟାନ ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି । ଚେୟାରମ୍ୟାନଙ୍କ ସହିତ କମିଶନ ମେମ୍ବର ସେକ୍ରେଟାରୀ ଶ୍ରୀ ଦିଗବିଜୟ ନାଥ ପାଢୀ, ଶିବାନୀ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ପରିଦର୍ଶନରେ ଯାଇଥିଲେ । ଏହି ପରିଦର୍ଶନ ସମୟରେ ଭାରପ୍ରାପ୍ତ ସଦର ଉପଜିଲ୍ଲାପାଳ ଶ୍ରୀ ରବି ନାରାୟଣ ତ୍ରିପାଠୀ, କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ରାଣୀ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନା ରାୟ, କାମାକ୍ଷାନଗର ବ୍ଲକ ଏବଂ ସଦର ବ୍ଲକର ବିଡିଓ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

sixteen + 18 =