ଇସ୍କନ ଢେଙ୍କାନାଳ ଦ୍ୱାରା କାଠଗଡା ଓ ଜୁଆଙ୍ଗ ସାହିରେ ରାକ୍ଷୀପୂଣ୍ଣିମା ଦିନ ପ୍ରସାଦ ବିତରଣ କରାଯାଇଛି । ଇସ୍କନର ପ୍ରତିଷ୍ଠାତା ଆଚ୍ଚାର୍ଯ୍ୟ ଶ୍ରୀମଦ ଏ.ସି ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ କହିଛନ୍ତି କି ଯେ କୌଣସି ସ୍ଥାନରେ ଆମର ଇସ୍କନ କେନ୍ଦ୍ର ଅଛି ତାର ୧୦ ମାଇଲ ପରିବେଷ୍ଟିତ କୈଣସି ବ୍ୟକ୍ତି ଭୋକିଲା ରହିବେ ନାହିଁ ।
ତେଣୁ ପ୍ରଭୁପାଦଙ୍କ ଏହି ବାକ୍ୟକୁ ସାର୍ଥକ କରିବାକୁ ଯାଇ ଇସ୍କନର ବରିଷ୍ଠ ସନ୍ୟାସୀ ଶ୍ରୀମଦ ଭକ୍ତି ଗୌରବ ନାରାୟଣ ସ୍ୱାମୀ ମହାରାଜ ଢେଙ୍କାନାଳରେ ଭକ୍ତମାନଙ୍କୁ ପ୍ରସାଦ ବିତରଣ ପାଇଁ ଉତ୍ସାହିତ କରୁଛନ୍ତି ।ତେଣୁ ଆଗାମୀ ଦିନରେ ଅଧିକ ମାତ୍ରାରେ ଏହି ” ଫୁଡ ଫର ଲାଇଫ ” କାର୍ଯ୍ୟକ୍ରମ କରାଯିବ ବୋଲି ଇସ୍କନ ଢେଙ୍କାନାଳର ପ୍ରଚାରକ ପ୍ରେମକିଶୋର ଦାସ ପ୍ରତିଶୃତି ଦେଇଛନ୍ତି ।ଏଣୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି କି ସମସ୍ତେ ଏହି ” ଫୁଡ ଫର ଲାଇଫ ” କାର୍ଯ୍ୟକ୍ରମରେ ସହଯୋଗ କରନ୍ତୁ
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ