Monday, 22/April/2024 02:36
Mo Dhenkanal
ଢେଙ୍କାନାଳ ଖବର

ପର୍ଯ୍ୟଟନ କ୍ଷେତ୍ରକୁ ପ୍ଲାଷ୍ଟିକ ମୁକ୍ତକରିବା ପାଇଁ ଆରମ୍ଭ ହେଲା ଅଭିଯାନ ।

ଏଚଟୁଏସଟୁ(ହେଲ୍ପିଂହାଣ୍ଡସ୍ସୋସିଓସ୍ପେସିଫିକ)ଓ ଏସଏସଏଫ୍(ସାଟିଭିକ୍ସଉଲ୍ଫାଉଣ୍ଡେସନ)ରମିଳିତପ୍ରୟାସରେ ପ୍ଲାଷ୍ଟିକମୁକ୍ତ ପର୍ଯ୍ୟଟନ କ୍ଷେତ୍ର ।

ଢ଼େଙ୍କାନାଳ ଜିଲ୍ଲାର ପର୍ଯଟନକ୍ଷେତ୍ର ସପ୍ତଶଯ୍ୟା ଯାହାକି ଏକ ସୁନ୍ଦର ଆଉ ମନୋରମ ପରଯ୍ୟଟନସ୍ଥଳୀ ଭାବରେ ପରିଚିତ। ସମସ୍ତ ପର୍ବ ପର୍ବାଣୀରେ ଅଧିକାଂଶ ଲୋକେ ସେଠାକୁ ବୁଲିବାକୁ ଯାଇ ଭୋଜି ମହୋତ୍ସବ କରି ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ ଜିନିଷ ଏଣେ ତେଣେ ପକାଇ ଚାଲିଆସନ୍ତି।

FB_IMG_1686103726896
Picsart_22-04-11_10-18-21-175

ସେଇ ପର୍ଯ୍ୟଟନ କ୍ଷେତ୍ରକୁ ପ୍ଲାଷ୍ଟିକ ମୁକ୍ତ କରିବାପାଇଁ ଢ଼େଙ୍କାନାଳର ଅଗ୍ରଣି ଯୁବ ଅନୁଷ୍ଠାନ ଏଚଟୁଏସଟୁ (ହେଲ୍ପିଂ ହାଣ୍ଡସ୍ ସୋସିଓ ସ୍ପେସିଫିକ) ଓ ଏସଏସ_ଏଫ୍(ସାଟିଭିକ୍ ସଉଲ୍ ଫାଉଣ୍ଡେସନ) ର ମିଳିତ ଉଦ୍ୟମରେ ଏକ ପ୍ଲାଷ୍ଟିକ ମୁକ୍ତ ସଫେଇ କାର୍ଯ୍ୟକ୍ରମ ଗତ ୧୯.୦୯.୨୦୨୧ ତାରିଖରେ ଅନୁଷ୍ଠିତ ହେଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଦୁଇ ଅନୁଷ୍ଠାନର ୫୦ରୁ ଉର୍ଦ୍ଧ ସଦସ୍ୟ ଯୋଗ ଦେଇଥିଲେ।ସେଠାରୁ ୫୦ ବ୍ୟାଗ୍ ପ୍ଲାଷ୍ଟିକ ଜରି ସହ ବହୁ ସଂଖ୍ୟକ ନିଶା ସେବନ କାଚ ବୋତଲ ସଂଗ୍ରହ କରାଯାଇଥିଲା।

IMG-20230205-WA0003
Picsart_22-04-11_10-18-21-175

ସେଠାରେ ଆବର୍ଜନା ତଥା ପ୍ଲାଷ୍ଟିକ ଜିନିଷ ପକେଇବା ପାଇଁ ପାଞ୍ଚ ଫୁଟ ଉଚ୍ଚତାର ଗୋଟିଏ ଆବର୍ଜନା ସଂଗ୍ରହ ପାତ୍ର ସ୍ଥାପନ କରାଯାଇଛି। ଆସନ୍ତୁ ହାତରେ ହାତ ମିଶେଇ ଏହି ନିଃସ୍ଵାର୍ଥପର କାର୍ଯ୍ୟକୁ ଆଗେଇ ନେବା ଆଉ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ସହ ଆଗକୁ ଢ଼େଙ୍କାନାଳର ସମସ୍ତ ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରିବାର ଦୃଢ଼ ସଂକଳ୍ପ ନେବା।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

four × two =