Sunday, 08/September/2024 11:02
Mo Dhenkanal
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ଦେଶର ଶିକ୍ଷା ଦାଇତ୍ଵ ନେଲେ ଧର୍ମେନ୍ଦ୍ର ପ୍ରଧାନ

ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ ହୋଇଛି। ୪୩ ନୂତନ ମନ୍ତ୍ରୀ ସାମିଲ ହେବା ପରେ ମୋଦୀ ମନ୍ତ୍ରିମଣ୍ଡଳର ରୂପ ରେଖ ବଦଳି ଯାଇଛି। ମନ୍ତ୍ରିମଣ୍ଡଳ ବିସ୍ତାରରେ ଓଡିଶାକୁ ଏଥର ବିଶେଷ ଗୁରୁତ୍ଵ ଦେଇଛନ୍ତି କେନ୍ଦ୍ରର ମୋଦୀ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ବରିଷ୍ଠ ବିଜେପି ନେତା ତଥା ପ୍ରଥମ ପାଳି ସହ ଦ୍ଵିତୀୟ ପାଳିରେ ଗୁରୁତ୍ଵପୂର୍ଣ୍ଣ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟକୁ ସାତ ବର୍ଷ ଧରି ସଫଳତାର ସହ ସମ୍ଭାଳିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରଣାଳୟ ଓ ଦକ୍ଷତା ବିକାଶ ଦାୟିତ୍ଵ ଦେଇଛନ୍ତି। ଦେଶରେ ନୂତନ ଶିକ୍ଷା ନୀତି ଲାଗୁ କରାଯାଇଛି, ଯାହା ଶିକ୍ଷା କ୍ଷେତ୍ରରେ ନୂତନ ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି। ଦେଶର ଶିକ୍ଷା କ୍ଷେତ୍ରର ଢାଞ୍ଚାର ବିକାଶ ପାଇଁ ଏବଂ କୋଭିଡ୍ ମହାମାରୀ ପରି ସଙ୍କଟ ସ୍ଥିତିରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଶିକ୍ଷା କ୍ଷେତ୍ରକୁ ସଜାଡିବା ପାଇଁ କେନ୍ଦ୍ର ସରକାର ଧର୍ମେନ୍ଦ୍ରଙ୍କ ଉପରେ ଭରସା ପ୍ରକଟ୍ କରିଛନ୍ତି। ଏକ ଦକ୍ଷ ମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଏହି ଗୁରୁ ଦାୟିତ୍ଵ ଦେଇଛନ୍ତି। କାରଣ ଧର୍ମେନ୍ଦ୍ର ପ୍ରଧାନ ଏମିତି କିଛି ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଯିଏ ମୋଦୀ ସରକାରଙ୍କ ପ୍ରଥମ ପାଳି ସହ ଦ୍ଵିତୀୟ ପାଳିରେ ସମାନ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟକୁ ୭ ବର୍ଷ ଧରି ସଫଳତା ସହ ସମ୍ଭାଳିଥିଲେ।  ତେଣୁ ମୋଦୀ ସରକାର ନୂତନ ଶିକ୍ଷା ନୀତିକୁ ଦେଶରେ କେମିତି ସଫଳ ରୂପାୟନ କରାଯାଇ ପାରିବ ତାକୁ ଦୃଷ୍ଟିରେ ରଖି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଦାୟିତ୍ଵ ଦିଆଯାଇଛି। ଏହା ପୂର୍ବରୁ ଶିକ୍ଷା ବିଭାଗ ରମେଶ ପୋଖରିୟାଲ ନିଶଙ୍କ ହାତରେ ଥିଲା। ନିଶଙ୍କୁ ମୋଦୀ କ୍ୟାବିନେଟ୍‌ରୁ ଛୁଟି ଦିଆଯାଇଛି।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

one × 1 =