Tuesday, 23/April/2024 04:49
Mo Dhenkanal
ଢେଙ୍କାନାଳ ଖବର

ଆସନ୍ତା କାଲି ମେଲାଣି ନେବେ ମା’ ମହାଲକ୍ଷ୍ମୀ ।

ଗଜଲଷ୍ମୀ ପୂଜା ଭସାଣି ନିମନ୍ତେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ।

FB_IMG_1686103726896
Picsart_22-04-11_10-18-21-175

ବିନା ଶୋଭାଯାତ୍ରା ଓ କୋଭିଡ କଟକଣା ମଧ୍ୟରେ ମା’ଙ୍କ ମୂର୍ତ୍ତି ବିସର୍ଜନ ହେବ। ସଦର ଉପ-ଜିଲ୍ଲାପାଳଙ୍କ କଯ୍ୟାଳୟଠାରେ ଚଳିତ ବର୍ଷ ଢେଙ୍କାନାଳ ସହରରେ ଗଜଲଷ୍ମୀ ପୂଜା ଭଷାଣି ନିମନ୍ତେ ଭାର ପ୍ରାପ୍ତ ଉପ-ଜିଲ୍ଲାପାଳ ଶ୍ରୀ ରବିନାରାୟଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

IMG-20230205-WA0003
Picsart_22-04-11_10-18-21-175

ଆସନ୍ତା କାଲି ୨୯ ତାରିଖ ଶୁକ୍ରବାର ଦିନ ଲକ୍ଷ୍ମୀ ମା’ଙ୍କ ମୂର୍ତ୍ତିକୁ ବିସର୍ଜନ କରାଯିବ।ବିନା ଶୋଭା ଯାତ୍ରାରେ ଏବଂ କୋଭିଡି ନିୟମ ଅନୁପାଳନ ପୂର୍ବକ ସକାଳ୮ ଟା ରୁ ଅପରାହ୍ନ ୨ ଟା ମଧ୍ୟରେ ସମସ୍ତ ମୂର୍ତ୍ତି ବିସର୍ଜନ କରାଯିବ। ଭଷାଣି ସମୟରେ ମୂର୍ତ୍ତି ସହିତ ସର୍ବାଧିକ ୭ ଜଣ କର୍ମକର୍ତ୍ତା ଉପସ୍ଥିତ ରହିପାରିବେ। ଏହି ସମୟରେ ଟ୍ରାଫିକ ନିୟନ୍ତ୍ରଣ କରାଯିବ ସହିତ ଅଗ୍ନିସମ ବିଭାଗ ପକ୍ଷରୁ ମଧ୍ୟ ବିହିତ ବ୍ୟବସ୍ତା କରାଯିବା। ଭଷାଣି ସମୟରେ ଆସୁଚିକିତ୍ସା ନିମନ୍ତେ ବାଜିଚୌକ ଛକ ଏବଂ ବସ ଷ୍ଟାଣ୍ଡ ଛକ ଠାରେ ୨ ଟି ଆମ୍ବୁଲାନ୍ସ ରଖାଯିବ ଗୁରୁବାର ଠାରୁ ଶେଷ ପଯ୍ୟନ୍ତ ମଦ ଦୋକାନ ବନ୍ଦ ରହିବ । ଭଷାଣି ଯେପରି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେଥି ନିମନ୍ତେ ମିଳିତ ପୂଜା ବଜାର ଶାନ୍ତି କମିଟି ଓ ମାଜିଷ୍ଟ୍ରେଟ ତଦାରଖ କରିବେ ବୋଲି ବୈଠକରେ ନିଷ୍ପତି ହୋଇଛି। ପ୍ରସିଦ୍ଧ ଗଜଲଷ୍ମୀ ପୂଜା ଢେ଼ଙ୍କାନାଳର ଗର୍ବ ଓ ଗୌରବ। ଢେଙ୍କାନାଳ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଶାନ୍ତି ଶୃଙ୍ଖଳା ସହିତ ମାଙ୍କ ପୂଜା ଓ ଭଷାଣୀ ସମ୍ପର୍ଣ୍ଣ ନିମନ୍ତ ଉପ ଜିଲ୍ଲାପାଳ ସମସ୍ତଙ୍କର ସହ ଯୋଗ କାମନା କରିଛନ୍ତି। ଏହି ପ୍ରସ୍ତୁତି ବୈଠକରେ ମିଳିତ ବଜାର ଲକ୍ଷ୍ମୀ ପୂଜା କମିଟିର ସଭାପତି ଶ୍ରୀ ବିଶ୍ୱନାଥ ବେହେରା ଶାନ୍ତି କମିଟର ସଭାପତି ଶ୍ରୀ ନବକିଶୋର ଗୁରୁ ପୂଜା ପ୍ରତିଷ୍ଠାନ କର୍ମକର୍ତ୍ତା ଶ୍ରୀ ସୁଧାଂଶୁ କୁମାର ଦଳେଇ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ହରି ହର ପଞ୍ଚୁଆତି ଆଇ.ଆଇ.ସି ଶ୍ରୀମତୀ ନମିତା ନାୟକ, ପୌର ଯନ୍ତ୍ରୀ ଶ୍ରୀମତୀ ରଶ୍ମିତା ମିଶ୍ର ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସାରଦା ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତି ଥିଲେ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

15 − 8 =