Sunday, 08/September/2024 09:46
Mo Dhenkanal
ଢେଙ୍କାନାଳ ଖବର

କଙ୍କଡ଼ାହାଡ଼ରେ ହେବାକୁ ଥିବା ସ୍ବାସ୍ଥ୍ୟ ଶିବିରର ପ୍ରସ୍ତୁତି ବୈଠକ ।

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରରେ ଆସନ୍ତା ୧୯ ତାରିଖରେ ନିଶୁଳ୍କ ସ୍ବାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ଵାସ୍ଥ୍ୟ ଶିବିରରେ ମେଡିସିନ ବିଶେଷଜ୍ଞ, ଶିଶୁ ବିଶେଷଜ୍ଞ, ସ୍ତ୍ରୀ ରୋଗ ବିଶେଷଜ୍ଞ, ଚକ୍ଷୁ ରୋଗ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ, ସଲ୍ୟ ବିଶେଷଜ୍ଞ, ହୃଦ୍‌ରୋଗ ବିଶେଷଜ୍ଞ ଉପସ୍ଥିତ ରହି ଚିକିତ୍ସା ପାଇଁ ପରାମର୍ଶ କରିବେ ।

FB_IMG_1686103726896
Picsart_22-04-11_10-18-21-175

ସମସ୍ତ ପ୍ରକାର ରୋଗର ନିଦାନ ପାଇଁ ନିଶୁଳ୍କ ପରୀକ୍ଷା ସହ ବିନା ମୁଲ୍ୟରେ ଔଷଧ ପ୍ରଦାନ କରାଯିବ । କଙ୍କଡାହାଡର ୨୧ଟି ପଞ୍ଚାୟତର ଜନ ସାଧାରଣ କିପରି ଏହାର ସମସ୍ତ ସୁବିଧା ପାଇ ପାରିବେ ସମସ୍ତ ସରପଞ୍ଚ ଓ ୱାର୍ଡମେମ୍ବରମାନଙ୍କୁ ପରାମର୍ଶ ଦିଆଯାଇଛି।

IMG-20230205-WA0003
Picsart_22-04-11_10-18-21-175

ଏହି ପ୍ରସ୍ତୁତି ବୈଠକରେ ଢେଙ୍କାନାଳ ସାଂସ୍କୃତିକ ପରିଷଦର ଉପସଭାପତି ସର୍ବେଶ୍ବର ବରାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ, କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଭଗବାନ ସିଂହ, ବରିଷ୍ଠ ସାମ୍ବାଦିକ ପାଣ୍ଡବ ଚରଣ ଦାସ, ଡା. ନରହରି ପଣ୍ଡା, କେରଯୋଳି ସରପଞ୍ଚ ରାଜକିଶୋର ସାହୁ, ସମାଜସେବୀ ରମେଶଚନ୍ଦ୍ର ମିଶ୍ର, ବିମଳ ସାହୁ, ସଭ୍ୟ ଅଶୋକ ନାୟକ, ପ୍ରଦ୍ୟୋତ ବିଶ୍ବାଳ, ଉଦୟ ସାହୁ, ମହାବୀର ଶାନ୍ତି ସଂଗଠନ, ଏଫ୍‌ଇଏସ୍, ଆଇସିସି ସମସ୍ତେ ବୈଠକରେ ଉପସ୍ଥିତ ରହି ଆଲୋଚନା କରିଥିଲେ।

Picsart_22-04-11_10-18-21-175

ଢେଙ୍କାନାଳ ସାଂସ୍କୃତିକ ପରିଷଦ, ଡ. ଅଗ୍ରୱାଲ ଚକ୍ଷୁ ଚିକିତ୍ସାଳୟ କଟକ, କଳିଙ୍ଗ ହସ୍ପିଟାଲ ଭୁବନେଶ୍ୱର ଏବଂ ମହାବୀର ଶାନ୍ତି ସଂଗଠନ କଙ୍କଡ଼ାହାଡ଼ ଏହାର ଆୟୋଜନ କରିଥିଲେ । ଏହି ନିଶୁଳ୍କ ସ୍ବାସ୍ଥ୍ୟ ଶିବିରର କିପରି ସାଧାରଣ ଜନତା ଏହାର ଲାଭ ଉଠାଇ ପାରିବେ ଏ ବିଷୟରେ ଆଲୋଚନା ହୋଇଥିଲା।

ଢେଙ୍କାନାଳ ସାଂସ୍କୃତିକ ପରିଷଦ ସଭାପତି, ସମ୍ପାଦକ, ସଦସ୍ୟ ମଳୟ କାନୁନଗୋ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ କଙ୍କଡାହାଡ଼ ବାସୀ ମାନଙ୍କୁ ଅନୁରୋଧ କରିଛନ୍ତି ଏହି ସୁବିଧାର ଭରପୁର ସୁବିଧା ଗ୍ରହଣ କରିବାକୁ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

4 × two =