Tuesday, 23/April/2024 04:15
Mo Dhenkanal
ଢେଙ୍କାନାଳ ଖବର

ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ଓଡିଶା ଦିବସ ପାଳନ ନିମନ୍ତେ ଗତକାଲି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

FB_IMG_1686103726896
Picsart_22-04-11_10-18-21-175

ଓଡିଶା ଦିବସ ସମାରୋହକୁ ସରସ ସୁନ୍ଦର କରି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଓଡିଶା ଦିବସ ପାଳନ ଅବସରରେ ସକାଳ ୫ ଘଟିକା ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଡାକବାଜି ଯନ୍ତ୍ର ମାଧ୍ୟମରେ ପରିବେଷଣ କରାଯିବ ।

IMG-20230205-WA0003
Picsart_22-04-11_10-18-21-175

ସକାଳ ୬ ଟା ୩୦ ମି. ସମୟରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରଭାତ ଫେରି କରାଯିବ । ସକାଳ ୮ ଘଟିକା ସମୟରେ ସହରସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସ, ମହାତ୍ମା ଗାନ୍ଧୀ, ବି. ଆର. ଆମ୍ବେଦକର, ଗୋପବନ୍ଧୁ ଦାସ, ବିଜୁ ପଟ୍ଟନାୟକ ଏବଂ ସାରଙ୍ଗଧର ଦାସ, ସୁବାଷ ଚନ୍ଦ୍ର ବୋଷ, ଲାଲ ବାହାଦୁର ଶାସ୍ତ୍ରୀ, ନନ୍ଦିନୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିବେ ।

Picsart_22-04-11_10-18-21-175

୮ଟା ୪୫ ମିନିଟ ସମୟରେ ଜିଲ୍ଲା କାର୍ଯ୍ୟାଳୟ ଠାରୁ ଛାତ୍ରଛାତ୍ରୀମାନଙ୍କ ଏକ ଶୋଭାଯାତ୍ରା ବାହାରି ବାଜି ଚୌକ ଛକ ପର୍ଯ୍ୟନ୍ତ ଯିବ । ସେଠାରେ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ ।

ସେହିପରି, ସନ୍ଧ୍ୟା ୬ ଘଟିକା ୩୦ ମିନିଟ ସମୟରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ସାଧାରଣ ସଭା ଅନୁଷ୍ଠିତ ହେବ । ଉତ୍ସବରେ ମୁଖ୍ୟ ଅତିଥି ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବେ । ଏହା ପରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଚିତାକର୍ଷକ ଦେଶାତ୍ମବୋଧ ସାଂସ୍କୃତିକ (ସଙ୍ଗୀତ ଓ ନୃତ୍ୟ ) କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

ଓଡିଶା ଦିବସ ପାଳନ ଉପଲକ୍ଷେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ବାଣିଜ୍ୟ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନରେ ଆଲୋକ ସଜ୍ଜାର ବ୍ୟବସ୍ଥା କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ବ ), ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାଶ, ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ ସମେତ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

18 − 10 =