ଢେଙ୍କାନାଳ ଲେଖକ ସଂସଦ ପରିସରରେ ଆମେଚର ତାଇକୋଣ୍ଡା ଆସୋସିଏସନ ଏବଂ ଗୁରୁଦେବଜୀ ମାର୍ଶାଲ ଆର୍ଟ ପକ୍ଷରୁ ସାମରୀକ କଳା ମହୋତ୍ସବ-୨୦ ୨୧ ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ତଥା କ୍ରୀଡାବିତ ରତନ ନାୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ମୁଖ୍ୟ ବକ୍ତା ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠୀ ସଂମାନିତ ଅତିଥି ଭାବେ ସାମ୍ବାଦିକ ସଂଘ ର ସମ୍ପାଦକ ସତ୍ୟ ସ୍ୱରୂପ ଦାସ ଯୋଗଦାନ କରିଥିଲେ । ବିଧାୟକ ଶ୍ରୀ ସାମଲ କହିଲେ ଯେ, ଆଜିର ଦିନରେ ସମସ୍ତେ ଆତ୍ମରକ୍ଷା କୌଶଳ ଶିଖିବା ନିହାତି ଜରୁରି । ଏହି କଳାକୌଶଳ ଶିଖିବା ଦ୍ଵାରା ନିଜକୁ ସୁସ୍ଥ ରଖିବା ସହ ସୁରକ୍ଷା କରିପାରିବ । ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରସଂଶା କରିବା ସହ ଛାତ୍ରଛାତ୍ରୀମାନଙ୍କର ତାଲାକୋଣ୍ଡାରେ ରାଜ୍ୟ ଦେଶ ଓ ବିଦେଶରେ ସୁନାମ ଅର୍ଜନ କରି ଢେଙ୍କାନାଳର ଗୌରବ ରଖିବାପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସେଠୀ ପିଲାମାନେ ପାଠ ପଢିବା ସହ ବିଭିନ୍ନ କ୍ରୀଡା ଶିକ୍ଷା ଲାଭ କଲେ ଫିଜିକାଲି ଫିଟ ରହିବା ସହିତ ନିଜକୁ ସୁସ୍ଥ ରଖିବେ ନିଜେ ସୁସ୍ଥ ରହିଲେ ପାଠ ପଢା ରେ ଆଗ୍ରହ ରହିବ । ବର୍ତ୍ତମାନ ସମୟରେ କେବଳ ଛାତ୍ରଛାତ୍ରୀ ମାନଙ୍କ ସହ ସବୁ ବର୍ଗ ରେ ଆତ୍ମରକ୍ଷା କୌଶଳ ଶିକ୍ଷାଲାଭ କରିବା ନିହାତି ଆବଶ୍ୟକ ହୋଇପଡିଛି ଯାହା ଅ0ଆପଣ ମାନେ କୌଣସି ଅସୁବିଧା ରେ ପଡ଼ିଥିଲେ ନିଜକୁ ସୁରକ୍ଷିତ ରଖିପାରିବ। ଢେଙ୍କାନାଳ ଜିଲ୍ଲାରେ ତାଇକୋଣ୍ଡାର ଏକ ସ୍ଵତନ୍ତ୍ର ସୁନାମ ରହିଛି । ଏହାକୁ ବଜାୟ ରଖିବା ପାଇଁ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେବାସହ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଉଚ୍ଚପ୍ରସଂଶା କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ଇଂ ସୋମ୍ୟବ୍ରତ ସାହୁ ବାର୍ଷିକ ବୀବରଣୀ ପାଠ କରିବା ସହ ଅନୁଷ୍ଠାନର
ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥି ମନେ ଅନୁଷ୍ଠାନର ସ୍ମ ରଣୀକା *ଆଇନା* ପୁସ୍ତକ କୁ ଲୋକାର୍ପଣ କରିଥିଲେ। ଚଳିତ ବର୍ଷ ବ୍ଲାକ ବେଲ୍ଟ ରେ ଉତିନ ହୋଇଥିବା ମୁକ୍ତି କାନ୍ତ ଦାସ, ଇତିସ୍ମିତା ଚୌଧୁରୀ, ଇନ୍ଦ୍ରଜିତ ସାହୁ ଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ଚଳିତ ବର୍ଷ ୫୦ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ବିଭିନ୍ନ ବର୍ଗରେ ଉତିନ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଏଲୋ ବେଲ୍ଟ, ଗ୍ରିନ ବେଲ୍ଟ, ବ୍ଲୁ ବେଲ୍ଟ, ରେଡ଼ ବେଲ୍ଟ ପ୍ରଦାନ କରିଥିଲେ।ଏହି ସାମରିକ କଳା ମହୋତ୍ସବର ସକାଳ ପ୍ରାରମ୍ଭିକ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ମହାନ୍ତି, ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ସମ୍ପାଦକ ମାତୃପ୍ରସାଦ ମିଶ୍ର, ଜିଲ୍ଲା ଲେଖକ ସଂସଦର ସମ୍ପାଦକ ବସନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଯୋଗାଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନର ସଫଳ କାମନା କରିଥିଲେ । ପରେପରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କଲର ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନ ର ଉପଦେଷ୍ଟା ସାମ୍ବାଦିକ ଅଥୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ କ୍ରୀଡା ଦିବସ ଉପଲକ୍ଷେ ସମସ୍ତଙ୍କୁ ସୁବେଛା ପ୍ରଦାନ କରିବା ସହ ଟାଇକୋଣ୍ଡୋ ରେ ଢେ଼ଙ୍କାନାଳ ଜିଲ୍ଲା ଅନେକ ଥର ରାଜ୍ୟରେ ଶ୍ରେଷ୍ଠତା ଅର୍ଜନ କରିଥିବାରୁ ପ୍ରଶିକ୍ଷକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ କୁ ବିଜ୍ଞାନ ମହାନ୍ତି ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ପ୍ରଶିକ୍ଷକ ଡାର୍ଲିଂ ଡାଲଟନ, ପ୍ରତାପ ନାଏକ, ଇନ୍ଦ୍ରଜିତ ସାହୁ, ଇତିସ୍ମିତା ଚୌଧୁରୀ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନ ର କର୍ମକର୍ତ୍ତା ଓ ଅବିଭାବକ ସହଯୋଗ କରିଥିଲେ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ