Monday, 07/October/2024 10:41
Mo Dhenkanal
ଢେଙ୍କାନାଳ ଖବର

ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କର ଉତ୍ପାଦିତ ଦ୍ରବ୍ୟ ଗୁଡିକର ବ୍ୟାପକ ବଜାର କରଣ ପାଇଁ Make In Odisha କାର୍ଯ୍ୟକ୍ରମ ।

ଢେଙ୍କାନାଳ ର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କର ଉତ୍ପାଦିତ ଦ୍ରବ୍ୟ ଗୁଡିକର ବ୍ୟାପକ ବଜାର କରଣ ପାଇଁ Make In Odisha କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ pre-event ପୁରାତନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଆୟୋଜନ କରଯାଇଥିଲା।

FB_IMG_1686103726896
Picsart_22-04-11_10-18-21-175

ଏଥିରେ ଜିଲ୍ଲା ର ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ସଦସ୍ୟା, Entrepreneur, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ,ଉପଜିଲ୍ଲାପାଳ, ଜିଲ୍ଲା ର ଅନ୍ୟାନ୍ୟ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ସଭା ରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଶେଠୀ ସଭାପତିତ୍ଵ କରିଥିଲେ। ପ୍ରଦୀପ ପ୍ରଜ୍ଵଳନ ପରେ ଅତିଥି ମାନଙ୍କର ପରିଚୟ ପ୍ରଦାନ କରଯାଇଥିଲା।

IMG-20230205-WA0003
Picsart_22-04-11_10-18-21-175

ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ ସ୍ଵାଗତ ସମ୍ବାଧନା ଦେଇଥିଲେ। vedio conference ଜରିଆରେ ଶ୍ରୀମତୀ ସୁଜାତା କ।ରତିକେୟନ, କମିଶନର ତଥା ସଚିବ, ମିଶନ ଶକ୍ତି ଏକ ବିଶେଷ ଅଭିଭାଷଣ ଜ୍ଞାପନ କରିଥିଲେ ଯାହା ଉଦ୍ୟୋଗୀ ମହିଳା ମନ ଙ୍କ ପାଇଁ ପ୍ରେରଣା ର ଉସ୍ଯା ହୋଇଥିଲା। ଆଗଧାଡି ର ମହିଳା ଉଦ୍ୟୋଗୀ ଶ୍ରୀମତୀ ସୋନାଲ ମୋରେ ( MD, OCAL) ଏବଂ ଶ୍ରୀମତୀ ରାକ୍ଷୀ ମହାନ୍ତି ( Co-partner, Annapurna Agro foods) ନିଜର ଅଭିଜ୍ଞାତ ର ଅଭିଭାଷଣ ଦେଇଥିଲେ ଯାହା ଜିଲ୍ଲା ର ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନ ଙ୍କୁ ପ୍ରେରଣା ଦେଇଥିଲା।

Picsart_22-04-11_10-18-21-175

ଶ୍ରୀ ସୁଧାଂଶୁ ଶେଖର (OAS, OSD), ମିଶନ ଶକ୍ତି ଅଭିଭାଷଣ ରେ ମହିଳା ମାନଙ୍କ ହାତ ତିଆରି ଦ୍ରବ୍ଯ ଗୁଡିକର ବ୍ୟାପକ ବଜାରକରଣ ରେ ସୁଯୋଗ ସୃଷ୍ଠୀ କରିବା ସମ୍ବଧରେ କହିଥିଲେ। ଜିଲ୍ଲା ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ନିଜେ କରୁଥିବା ବ୍ୟବସାୟ ବିଷୟରେ କହିଥିଲେ। ଜିଲ୍ଲାପାଳ ଙ୍କର ବିଶେଷ ଅଭିଭାଷଣ ମହିଳା ମାନଙ୍କର ମନୋବଳ କୁ ସୃଦୁଧ କରି ପାରିଥିଲା।

ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ପ୍ରସ୍ତୁତ phenyl ଓ ଆଚାର, ଜିଲ୍ଲା ର ସମସ୍ତ ବିଦ୍ୟାଳୟ ଓ ଆବାସିକ ବିଦ୍ୟାଳୟ କ୍ରୟ କରିବା ପାଇଁ ଜିଲ୍ଲାପାଳ ସଭାରେ ନିସ୍ପତି ନେଇଥିଲେ। ତତ ସହିତ ଅନ୍ୟ ଦ୍ରବ୍ଯ ଗୁଡିକର ପ୍ୟାକେଜିଂ, ବ୍ରାଣ୍ଡିଂଙ୍ଗ ଏବଂ ମାର୍କେଟିଂ ପ୍ରତି ଧ୍ୟାନ ଦେବା ଦିଗରେ ଗୁରୁତ୍ବ ଆରୋପ କରିଥିଲେ। ଜିଲ୍ଲାପ୍ରଶାସନ, ମହିଳା ଉଦ୍ୟୋଗୀ, chamber of Commerce ଏବଂ FICCI Flo ର ସଦସ୍ୟ ମାନଙ୍କୁ ନେଇ ଜିଲ୍ଲାର କମିଟି ଗଠନ ନିମନ୍ତେ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଜିଲ୍ଲା ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ନିଜର ଅଭିଭାଷଣ ଦେଇ ସଭାର ସୌଦାର୍ଯ କୁ ବହୁଗୁଣିତ କରିଥିଲେ।

ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ମହୋଦୟ ନିଜର ଉଜ୍ଜାପୂଣ୍ୟ ଶବ୍ଦରେ ମହିଳା ସଶକ୍ତିକରଣର ମୂଲ୍ଯବୋଧ କୁ ଉପସ୍ଥାପନ କରିବା ସହ Make in Odisha ର ଏହି ସଭା କୁ ସଫଳ କରିବା ରେ ମିଶନ ଶକ୍ତି ର DPC ଶ୍ରୀମତୀ ମୋନାଲିସା ଭଞ୍ଜ ଏବଂ ଅନ୍ୟାନ୍ୟ କର୍ମକର୍ତା ଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭାସଙ୍ଗ ଅଭିଭାଷଣ ପ୍ରଦାନ କରିଥିଲେ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

twenty + three =