Sunday, 06/October/2024 03:48
Mo Dhenkanal
ଢେଙ୍କାନାଳ ଖବର

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ଯାତ୍ରା ତଥା ମହିମା ମେଳା ଆରମ୍ଭ । ପ୍ରଜ୍ୱଳିତ ହେଲା ଝାଡ଼ ଦୀପ, ଲକ୍ଷ ଲକ୍ଷ ଜନସମାଗମ ।

ଢ଼େଙ୍କାନାଳ, ଗତ କାଲିଠୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ଯାତ୍ରା ତଥା ମହିମା ମେଳା ତଥା ମାଘ ମେଳା। ଦୁଇବର୍ଷର ବ୍ୟବଧାନ ପରେ ପୁର୍ଣ୍ଣାଙ୍ଗ ମାଘମେଳା ହେଉଥିବାରୁ ଢେଙ୍କାନାଳର ଯୋରନ୍ଦା ମହିମାଗାଦୀ ହୋଇଛି ବେଶ ଚଳଚଞ୍ଚଳ।

FB_IMG_1686103726896
Picsart_22-04-11_10-18-21-175

ସକାଳୁ ସକାଳୁ ସମସ୍ତ ନିତିକାନ୍ତି କରାଯାଇ ଶୂନ୍ୟ ମହାପ୍ରଭୁଙ୍କୁ ଉପାସନା କରାଯାଇଛି। ଗତ କାଲି ମାଘ ଚତୁର୍ଦ୍ଦଶୀ ଏବଂ ଆଜି ମାଘ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଓ ଆସନ୍ତା କାଲି ବାବା ପୂର୍ଣ୍ଣିମା ଭାବରେ ତିନିଦିନ ଧରି ଏହି ମେଳା ଅନୁଷ୍ଠିତ ହୋଇଥାଏ।

IMG-20230205-WA0003
Picsart_22-04-11_10-18-21-175

ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଗାଦୀମନ୍ଦିର ନିକଟରେ ସ୍ୱତନ୍ତ୍ର ବ୍ୟାରିକେଡ ପ୍ରସ୍ତୁତ କରାଯାଇଛି। ଗତକାଲି ଏବଂ ଆଜି ସନ୍ଧ୍ୟାରେ ଦୁଇଦିନ ଧରି ଜଳିବ ଝାଡ ଦ୍ବୀପ, ମହଣମହଣ ଘିଅରେ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଏହି ଝାଡ ଦୀପ ପ୍ରଜ୍ୱଳନ କରାଯିବ। କୌପୁନୀଧାରୀ ମହିମା ସାଧୂ ଜ୍ୟୋତୀ ମନ୍ଦିର ପରିସରରେ ଝାଡ ଦୀପ ଜଳାଇଥିବା ବେଳେ ବକ୍କଳଧାରୀ ମହିମା ସାଧୂ ମାନେ ଗାଦୀ ମନ୍ଦିର ପରିସରରେ ଝାଡ ଦୀପ ଜଳାଇଛନ୍ତି।

Picsart_22-04-11_10-18-21-175

ମେଳାରେ ବିଶ୍ଵ ଶାନ୍ତି ଓ ଜଗତ, ଭଗତ ମଙ୍ଗଳ ପାଇଁ ମହଣ, ମହଣ ଘିଅ ଦ୍ଵାରା ଝାଡ଼ ଜାଳିବା ସହ ଅଗ୍ନି ଧୋନୀ ରେ ହଜାର ହଜାର ନଡ଼ିଆ ପୋଡା ଯାଉଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଲୋକ ସାଧୁ, ସନ୍ଥ ଓ ପର୍ଯ୍ୟଟକ ମାନଙ୍କର ସମାଗମକୁ ଲକ୍ଷ୍ୟ ରଖି ସମସ୍ତ ବ୍ୟବସ୍ଥା କରାଯାଇ ଥିବା ଜିଲ୍ଲାପାଳ ସରୋଜ କୁମାର ସେଠୀ, ଏସ୍.ପି. ଜ୍ଞାନ ରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି । ଶାନ୍ତି ସଂଙ୍ଖଳା ସହ ମେଳା ଅନୁଷ୍ଠିତ ହେଉଥିବା ବକଳ ଧାରୀ ଓ କୌପୁନୀ ଧାରୀ ସନ୍ଥ ମାନେ ମଧ୍ୟ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

8 + twelve =