Sunday, 06/October/2024 03:50
Mo Dhenkanal
ଢେଙ୍କାନାଳ ଖବର

ଆଳୁତୁମା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ସମୀକ୍ଷା କଲେ ସାଂସଦ ମହେଶ ସାହୁ ।

କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ଆଳୁତୁମା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରି ମୋ ସ୍କୁଲ୍ ଅଭିଯାନର ସମୀକ୍ଷା କରିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ ।
   ରାଜ୍ୟ ସରକାରଙ୍କ ତରଫରୁ ମୋ ସ୍କୁଲ୍ ଅଭିଯାନ  ଯୋଜନା ମାଧ୍ୟମରେ ଅନ୍ତର୍ଭୁକ୍ତ  ବିଦ୍ୟାଳୟ ଗୁଡିକର ବିକାଶ ତଥା  ଛାତ୍ରଛାତ୍ରୀଙ୍କର ଶିକ୍ଷା କ୍ଷେତ୍ରରେ ମାନଦଣ୍ଡ ବଢାଇବା ପାଇଁ  ଯେଉଁ ସବୁ ଯୋଜନାମାନ ପ୍ରଣୟନ କରାଯାଇଛି ତାହା ସମୀକ୍ଷା କରିଥିଲେ ।

FB_IMG_1686103726896
Picsart_22-04-11_10-18-21-175


  ଆଳୁତୁମା ସ୍କୁଲ୍‌ରେ ୩୨୮ ଛାତ୍ରଛାତ୍ରୀଙ୍କ ଶିକ୍ଷାର କେପରି ବ୍ୟବସ୍ଥା ହୋଇଛି ତାହା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବନଲତା ସାହୁଙ୍କୁ ପଚାରି ବୁଝିଥିଲେ । ପ୍ରତ୍ୟେକ ମାସରେ ଶନିବାର ଅଭିଭାବକମାନଙ୍କୁ ଡାକି ମୋ ସ୍କୁଲ୍ କାର୍ଯ୍ୟକ୍ରମ ବିଷୟରେ ବୈଠକ କରାଯାଉଛି କି ନାହିଁ ରେଜିଷ୍ଟର୍‌କୁ ଯାଞ୍ଚ କରିଥିଲେ ।କୋଭିଡ୍ ସମୟରେ ସ୍କୁଲ୍‌ରେ ଶାରିରୀକ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ସଠିକ୍ ଶାରିରୀକ ଶିକ୍ଷା ଦେବାକୁ ପରାମର୍ଶ ଦେଇଥିଲେ ।  ସ୍କୁଲ୍ ପକ୍ଷରୁ ଶ୍ରେଣୀ ଗୃହଗୁଡିକୁ ପୁନରୁଦ୍ଧାର କରିବା ପାଇଁ ଜଣାଇଥିଲେ ।

IMG-20230205-WA0003
Picsart_22-04-11_10-18-21-175


  ଏହି ସମୟରେ ସାଂସଦଙ୍କ ସହିତ କାମାକ୍ଷାନଗର ପ୍ରତିନିଧି ହଟକିଶୋର ଗଡନାୟକ, ଶିକ୍ଷକ ସନାତନ ପଟ୍ଟନାୟକ, ଶିକ୍ଷୟିତ୍ରୀ ସଙ୍ଗୀତା ମହାନ୍ତି, ଗିତାଞ୍ଜଳି ନନ୍ଦଙ୍କ ସମେତ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

1 × 4 =