Sunday, 06/October/2024 03:27
Mo Dhenkanal
ଢେଙ୍କାନାଳ ଖବର

କପିଳାସ ପୀଠରେ ମହାଶିବରାତ୍ରି ପାଇଁ ପୂଜାବିଧୂ ନିର୍ଘଣ୍ଟ, ଭୋର ୪ଟାରେ ଉଠିବ ମହାଦୀପ !

ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ସ୍ଥିତ ପ୍ରସିଦ୍ଧ କପିଳାସ ପୀଠରେ ବିରାଜିତ ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖରଙ୍କ ୧୮ ତାରିଖରେ ଅନୁଷ୍ଠିତ ମହାଶିବରାତ୍ରି ଓ ଜାଗର ପର୍ବ ପାଳନ ନିମନ୍ତେ ଜିଲ୍ଲା ଦେବୋତ୍ତର ବିଭାଗ ପକ୍ଷରୁ ପୂଜାନୀତି କାର୍ଯ୍ୟ ନିର୍ଘଣ୍ଟ ସ୍ଥିରୀକୃତ ହୋଇଯାଇଛି। ଉକ୍ତଦିନ ପ୍ରାତଃରୁ ପ୍ରତିଦିନ ପରି ସମସ୍ତ ନୀତିକାନ୍ତି କାର୍ଯ୍ୟ ସମ୍ପୂର୍ଣ୍ଣ ପରେ ସନ୍ଧ୍ୟା ସମୟରେ ଠାକୁରଙ୍କ ଜାଗର ପର୍ବ ପୂଜାବିଧି ଆରମ୍ଭ ହେବ।

FB_IMG_1686103726896
Picsart_22-04-11_10-18-21-175

ପୂଜା ପଣ୍ଡାଙ୍କ ଦ୍ବାରା ସାନ୍ଧ୍ୟ ଧୂପ ଆଳତି ପରେ ୭ଟାରୁ ୮ଟା ୩୦ମଧ୍ୟରେ ଠାକୁରଙ୍କ ୪ପୂଜା ଅନୁଷ୍ଠିତ ହେବ। ଏହାପରେ ରାତ୍ରି ୮ଟା ୩୦ଠାରୁ ୧୦ଟା ମଧ୍ୟରେ ପୀଠ ପୁରୋଧାଙ୍କ ଦ୍ଵାରା ୪ପୂଜା କର୍ଯ୍ୟ ସମ୍ପୂର୍ଣ୍ଣ ହେବ । ସେହିପରି ରାତ୍ରି ୧୦ଟାରୁ ୧ଟା ମଧ୍ୟରେ ରାଜପୁରୋଧା ପଞ୍ଚାନନ ମିଶ୍ରଙ୍କ ଦ୍ବାରା ପ୍ରଥମେ ଠାକୁରଙ୍କ ବରଣ କାର୍ଯ୍ୟ ସମ୍ପନ୍ନ ଓ ପୁରୋଧାଙ୍କ ଦ୍ଵାରା ୪ ପୂଜା ସମ୍ପନ୍ନ ଏହାପରେ ପ୍ରଥମ ରାଜଦର୍ଶନ କାର୍ଯ୍ୟ ଅନୁଷ୍ଠିତ ହେବ। ରାତ୍ରି ୧ଟା ରୁ ୨ଟା୩୦ ମଧ୍ୟରେ ରାଜପୁରୋଧାଙ୍କ ଦ୍ଵାରା ୪ ପୂଜା ସମ୍ପନ୍ନ।

IMG-20230205-WA0003
Picsart_22-04-11_10-18-21-175

ଏହାପରେ ରାତ୍ରି ୩ଟାରେ ରାଜପୁରୋଧା ଓ ସମସ୍ତ ପୂଜକଙ୍କ ଦ୍ଵାରା ମିଳିତ ଭାବରେ ଠାକୁରଙ୍କ ମହା ରୁଦ୍ରଭିଷେକ କାର୍ଯ୍ୟ ସମ୍ପନ୍ନ ହେବ । ସେହିପରି ରାତ୍ର ୩ ଟା ଠାରୁ ୩ଟା ୫୦ମଧ୍ୟରେ ଠାକୁରଙ୍କ ମହାସ୍ନାନ ଓ ନାଗଭରଣ ବେଶ ଏବଂ ପଞ୍ଚବକ୍ର ପୂଜା ରାଜପୁରୋଧାଙ୍କ ଦ୍ବାରା ସମ୍ପନ୍ନ ହେବ। ଏହାପରେ ରାଜା ସାହେବଙ୍କ ଦ୍ଵାରା ନାଗଭରଣ ବେଶ ଦର୍ଶନ ଓ ସେବା କାର୍ଯ୍ୟ ସମ୍ପାଦନ ହେବ । ରାତ୍ରି ୩ଟା ୫୫ରେ ପୂଜାପଣ୍ଡାଙ୍କ ଦ୍ବାରା ବେଢ଼ାପୂଜା, ପରିକ୍ରମା ଓ ୪ଟାରେ ପାଳିଆ ପୂଜକଙ୍କ ଦ୍ବାରା ମହାଦୀପ ଉଠିବ।

Picsart_22-04-11_10-18-21-175

ପୂଜାପଣ୍ଡାଙ୍କ ଦ୍ବାରା ୪ଟା ବେଢ଼ା ୨୫ମିନିଟରେ ହରିହର ଭେଟ କାର୍ଯ୍ୟ ସମ୍ପନ୍ନ ହେବ । ରାତ୍ର ୪ଟା ୩୦ଠାରୁ ୪ଟା ୪୦ମଧ୍ୟରେ ପୂଜାପଣ୍ଡାଙ୍କ ଦ୍ବାରା ଠାକୁରଙ୍କ ନିତ୍ୟଧୂପ ଓ ପହଡ଼ କାର୍ଯ୍ୟ ଅନୁଷ୍ଠିତ ହେବ। ରାତ୍ର ୪ଟା ୫୦ମିମିଟରେ ଠାକୁରଙ୍କ ଯୋଗନିଦ୍ରା ଭଙ୍ଗ ୫ଟା ୫୦ମିନିଟରେ ଯୋଗୀମାନଙ୍କ ଦ୍ବାରା ଠାକୁରଙ୍କ ଯୋଗିବେଶ ଅନୁଷ୍ଠିତ ହେବ। ସକାଳ ୫ଟା ୫ମିନିଟରେ ପୂଜକମାନଙ୍କ ଦ୍ଵାରା ମନ୍ଦିର ସଫେଇ ଓ ଠାକୁରଙ୍କ ମାଘସ୍ନାନ ପରେ ଜୟମଙ୍ଗଲ ଆରାତ୍ରିକ ତଥା ଅନ୍ୟାନ୍ୟ ନିତ୍ୟଧୂପାଦି କାର୍ଯ୍ୟ ଯଥା ବିଭ୍ ପାଳନ କରାଯିବ ବୋଲି ସ୍ଥିରୀକୃତ ହୋଇଛି।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

2 × 1 =