Monday, 07/October/2024 10:38
Mo Dhenkanal
ଢେଙ୍କାନାଳ ଖବର

ମହରାଷ୍ଟ୍ରର ପ୍ରଶାସନିକ ଅଧିକାରୀଙ୍କ ଢେଙ୍କାନାଳ ପରିଦର୍ଶନ ପରିମଳ ବ୍ୟବସ୍ଥାକୁ ପ୍ରଶଂସା କଲେ ପ୍ରତିନିଧି ଦଳ ।

ଢେଙ୍କାନାଳ, ତା, ୧୧.୦୪.୨୦୨୩ –ଆଜି ପୂର୍ବାହ୍ନରେ ମହାରାଷ୍ଟ୍ରର ପ୍ରଶାସନିକ ଅଧିକାରୀ ଦଳ ଢେଙ୍କାନାଳ ପରିଦର୍ଶନରେ ଆସିଛନ୍ତି । ଜିଲ୍ଲା କାର୍ଯ୍ୟ।ଳୟ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ପ୍ରଶାସନିକ ଅଧିକାରୀମାନଙ୍କୁ ଜିଲ୍ଲାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଟ୍ରାନ୍ସଜେଣ୍ଡର ମାନଙ୍କ ଦ୍ଵାରା କିଭଳି ଭାବରେ ବର୍ଜ୍ୟ ବସ୍ତୁ ସଂଗ୍ରହ ଓ ପରିଚାଳନା କରାଯାଉଛି ସେ ସମ୍ପର୍କରେ ବୁଝାଇ କହିଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳର ଭୌଗୋଳିକ ସ୍ଥିତି, ପ୍ରଶାସନିକ ବ୍ୟବସ୍ଥା ଏବଂ ଏହାର ପ୍ରାକୃତିକ ବୈଭବ ସମ୍ପର୍କରେ ପ୍ରତିନିଧୂମାନଙ୍କୁ ଅବଗତ କରାଇଥିଲେ । ରାଜ୍ୟ ସରକାରଙ୍କ ଦ୍ଵାରା ପୌରାଞ୍ଚଳର ବାସିନ୍ଦାମାନଙ୍କ ନିମନ୍ତେ ମୁକ୍ତା ଯୋଜନାରେ ଲୋକଙ୍କୁ ଶ୍ରମ ଯୋଗାଣ , ଜାଗା ମିଶନ, ବିଜୁ ଆଦର୍ଶ କଲୋନୀ ପ୍ରତିଷ୍ଠା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଆଦି ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯାଉଥିବା ସମ୍ପର୍କରେ ସେ ଅବଗତ କରାଇଥିଲେ ।

IMG-20230205-WA0003
Picsart_22-04-11_10-18-21-175

ବର୍ଜ୍ୟ ବସ୍ତୁ ପରିଚାଳନା କରି ଆର୍ଥିକ ଲାଭ କରିପାରୁଥିବାରୁ ଏବଂ ଏହା ଦ୍ୱାରା ମହିଳାମାନେ ଅଧିକ ଆତ୍ମନିର୍ଭରଶୀଳ ହେଉଥିବା ଜାଣି ଢେଙ୍କାନାଳ ପୌର ପାଳିକାର ଅଭିନବ ପ୍ରୟାସକୁ ପ୍ରତିନିଧ୍ ଦଳ ଭୂୟସୀ ପ୍ରଶଂସା କରିଥିଲେ ।

Picsart_22-04-11_10-18-21-175

ଢେଙ୍କାନାଳ ପରିଦର୍ଶନରେ ଆସିଥିବା DMA ର କମିଶନର ଓ ନିର୍ଦ୍ଦେଶକ ଡକ୍ଟର କିରନ୍ କୁଲକର୍ମୀ, RDMA ର ଜଏଣ୍ଟ କମିଶନର ଶ୍ରୀମତୀ ପୂନମ ମେହେଟା, DMA ର ଜଏଣ୍ଟ କମିଶନର ଶ୍ରୀ ଅନୀଲ ମ୍ୟୁଲେ, RDMA ର ଜଏଣ୍ଟ କମିଶନର ଶ୍ରୀ ରବୀନ୍ଦ୍ର ଯାଦବ, DMA ର ଜଏଣ୍ଟ କମିଶନର ଶ୍ରୀ ଶଙ୍କର ଗୋରେ, DMA ର ଡେପୁଟି କମିଶନର ଶ୍ରୀ ରୋହିଦାସ ଦୋରକୁଲକର,

ପୁନେ କର୍ପୋରେସନର ଡେପୁଟି କମିଶନର ଶ୍ରୀମତୀ ଆଶା ରାଉତ, ଷ୍ଟେଟ ମିଶନ ମ୍ୟାନେଜର ଶ୍ରୀ ପ୍ରସାଦ ରାଜଭୋସଲେ ଏବଂ SMMU ର ମୁଖ୍ୟ ଶ୍ରୀ ପ୍ରସନ୍ନ ମହାରଣାଙ୍କୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର କୁଅଂର, ନିର୍ବାହୀ ଅଧିକାରୀ, ପୌର ପାଳିକା ଶ୍ରୀ ତରୁଣ କୁମାର ମହାପାତ୍ର , ପୌର ଯନ୍ତ୍ରୀ ଶ୍ରୀମତୀ ରଶ୍ମିତା ମିଶ୍ର ପ୍ରମୁଖ ସ୍ବାଗତ କରିଥିଲେ ।

ଏହି ଅବସରରେ ପ୍ରତିନିଧୂ ଦଳ ବସ୍ ଷ୍ଟାଣ୍ଡ ନିକଟସ୍ଥ ଆହାର କେନ୍ଦ୍ର, ମହିଷାପାଟସ୍ଥ ମଳପଙ୍କ ପରିଚାଳନା କେନ୍ଦ୍ର, କାଠଗଡାସ୍ଥ ସମ୍ପଦ କେନ୍ଦ୍ର, କଣ୍ଟାନାଳୀ ବାଇପାର୍ଶ୍ଵସ୍ଥ ଆଚାର ଉଦ୍ୟୋଗ ଆଦି ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସୌମ୍ୟବ୍ରତ ସାହୁଙ୍କ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

9 + 16 =