ଢେଙ୍କାନାଳ ମଗଜି ଢେଙ୍କାନାଳର ନିଜସ୍ଵ ସ୍ଵତନ୍ତ୍ର ଏବଂ ସ୍ଵାଦିଷ୍ଟ।
ଏହାର ସୃଷ୍ଟି ବହୁତ୍ ପୁରୁଣା। ଏହାକୁ ଶ୍ରୀଧର ସ୍ବାମୀ ଚୈତନ୍ୟ ମହାପ୍ରଭୁଙ୍କୁ ଖୁଆଇଥିଲେ ଏବଂ ଫକୀରମୋହନ ସେନାପତି ଜନ ବିମସ୍ ଙ୍କୁ ଉପହାର ଦେଇଥିଲେ ।
ଏହି ମିଠାର ସ୍ୱତନ୍ତ୍ରତା କୁ ଲକ୍ଷ୍ୟରଖି ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ର ଦ୍ବାରା ଏହାର ଆବେଦନ ପାଇଁ ରିପ୍ରୋଟ ପ୍ରସ୍ତୁତ କରାଯାଇଥିଲା।।(୨୦୨୦)ମସିହାରେ।
ଏବଂ ଓୟୁଏଟି ଏହାର ରେଜିଷ୍ଟ୍ରେଡ ଆପ୍ଲିକାଣ୍ଟ ଓ ରେଜିଷ୍ଟୋରି ଆଥରିଟୀ ମାନଙ୍କର ବିଭିନ୍ନ ସୋପାନରେ ଆସିଥିବା ପ୍ରଶ୍ନର ଉତ୍ତର ଦେବାପରେ ଏହାର ଶୁଣାଣି ୦୬,୧୨,୨୨ରିଖ ଭୁବନେଶ୍ୱରର ସି ଆର ପି ଏଫ ଛକପାଖ ଏସି&ଏସ-ଟି ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଟରେ କରାଯାଇଥିଲା।
କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଡ଼ ବିମଳେନ୍ଦୁ ମହାନ୍ତିଢେଙ୍କାନାଳ ମଗଜିର ସପକ୍ଷରେ ଜି ଆଉ ରେଜିଷ୍ଟ୍ରି ଅଥରିଟୀଙ୍କ ସାମ୍ନାରେ ପାୱାର ପଏଣ୍ଟ ପ୍ରେଜେନଷ୍ଟେସନ ମାଧ୍ୟମରେ ତଥ୍ୟ ଉପସ୍ଥାପନ କରିଥିଲେ।
ଢେଙ୍କାନାଳ ସୁଇଟିସ ଆସୋସିସନର ସଭାପତି,ସମ୍ପାଦକ ଓ ସଭ୍ୟ ଓଭିଏଟି ର ଟେ୍ନୋଲୋଜୀ ମାନେଜମେଣ୍ଟ ସେଲର ଚେୟାରମାନ ପ୍ରଫେସର ଏସ କେ ଦାସ କନଭେନର ପ୍ରଫେସର ଡ଼ ମିଶ୍ର କେଭିକେ ସାଇଣ୍ଟିଷ୍ଟ ଡ଼ା ଡି ଏସ କର ପ୍ରମୁଖ ଜି ଆଇ ରେଜିଷ୍ଟ୍ରି ଅଥରିଟି ତରଫରୁ ଆସିଥିବା କନସୁଲେଟିଭ ଗ୍ରୁପର ସମସ୍ତ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ଦେବା ସଙ୍ଗେ ସଙ୍ଗେ ମଗଜୀ କୁ ସମସ୍ତଙ୍କ ଆଗରେ ପ୍ରଦର୍ଶନ କରିଥିଲେ।
ଏହି ଆଲୋଚନାରେ ଜି ଆଇ ରେଜିଷ୍ଟ୍ରି ଅଥୋରିଟି ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଆଉ କିଛି ତଥ୍ୟ ଏବଂ ଟେଷ୍ଟ ରିପୋର୍ଟ ଆବଶ୍ୟକ କରିଥିଲେ ଯାହାକି ଦିଆଗଲେ ସେମାନେ ଏହି କେସ କୁ ଜି ଆଉ ମାନ୍ୟତା ଦେବା ପାଇଁ ସକାରାତ୍ମକ ପଦକ୍ଷେପ ନେବେ ବୋଲି ଆଶା କରାଯାଏ।।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ।