Sunday, 06/October/2024 05:02
Mo Dhenkanal
ଢେଙ୍କାନାଳ ଖବର

ଲୋକକଳା ଗ୍ରାମ ୩ୟ ବାର୍ଷୀକ ଉତ୍ସବ ଅନୁଷ୍ଠିତ !

ମୋଢ଼େ: କାମାକ୍ଷାନଗର ବ୍ଳକ ଅନ୍ତର୍ଗତ ରାୟନୃସିଂହପୁର ପଂଚାୟତ କଲ୍ୟାଣ ମଣ୍ଡପ ଠାରେ ଲୋକକଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।

FB_IMG_1686103726896
Picsart_22-04-11_10-18-21-175

କଳା ଓ କଳାକାରଙ୍କର ଉନ୍ନତି ପାଇଁ ୨୦୧୯ ମସିହାରେ ରାଜ୍ୟ ସରକାର ପ୍ରତ୍ୟେକ ଜିଲାରେ ଏକ ଗ୍ରାମକୁ ଗାନ୍ଧୀ ଜୟନ୍ତି ଅବସରରେ କଳାଗ୍ରାମ ଘୋଷଣା କରିଥିଲେ।

IMG-20230205-WA0003
Picsart_22-04-11_10-18-21-175

ଢେ଼ଙ୍କାନାଳ ଜିଲ୍ଲାର କଳା ଗ୍ରାମ ରାୟନୃସିଂହପୁରରେ ତୃତୀୟ ବାର୍ଷିକ କଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ବିଭିନ୍ନ ବ୍ଲକରୁ କଳାକାର ଉପସ୍ଥିତ ରହି ସେମାନଙ୍କ କଳା ପ୍ରଦର୍ଶିତ କରିଥିବା ବେଳେ କଙ୍କଡାହାଡ଼ ବ୍ଲକର ଆଦିବାସୀ ନୃତ୍ୟ, ଗଁଦିଆର କେନ୍ଦରା ଗୀତ, କାମାକ୍ଷାନଗର ବ୍ଲକ ସଂକୀର୍ତ୍ତନ ଦର୍ଶକଙ୍କ ମନ ମୋହିଥିଲା।

Picsart_22-04-11_10-18-21-175

ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ରହିଥିବା ବେଳେ, ଅନ୍ୟତମ ଅତିଥି ଭାବରେ ଢେ଼ଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ,କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ସଙ୍କର ସାହୁ,କାମାକ୍ଷାନଗର ତହସିଲଦାର ସଞ୍ଜୟ ରାଉତ, କାମାକ୍ଷାନଗର ବିଡ଼ିଓ ବିକାଶ ମହାନ୍ତି,ରାଜ୍ୟ ଲୋକକଳା ସଙ୍ଘ ଉପ ସଭାପତି ଅବନୀ ମିଶ୍ର,ରାୟନୃସିଂହପିର ସରପଞ୍ଚ ସିସିରକାନ୍ତ ବେହେରା, କୋଟଗରା ପଞ୍ଚାୟତ ସରପଞ୍ଚ ଲଳିତ ସାହୁ, ଜିଲାପରିସଦ ସଭ୍ୟ ହୃଦାନନ୍ଦ ପାତ୍ର, ପ୍ରେମାନନ୍ଦ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

eleven − ten =