Monday, 22/April/2024 02:32
Mo Dhenkanal
ଢେଙ୍କାନାଳ ଖବର

ପାରିପାର୍ଶ୍ବିକ ଉନ୍ନୟନ ଓ ନିଯୁକ୍ତି ପ୍ରସଙ୍ଗ ରେ ତ୍ରିପାକ୍ଷିକ ଆଲୋଚନା

ଢେଙ୍କାନାଳ ଜିଲ୍ଲାରେ ଗଢି ଉଠିଥିବା କାରଖାନା ଗୁଡିକରେ କ୍ଷତିଗ୍ରସ୍ତ ପ୍ରଜା ଓ ସ୍ଥାନୀୟ ଲୋକ ମାନଙ୍କୁ ନିଯୁକ୍ତି ନମିଳିବା ଘଟଣାକୁ ନେଇ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜା ସଂଘ ଏବଂ ବ୍ରାହ୍ମଣୀ ଟ୍ରକ ଓନର ଆସୋସେସନ ପକ୍ଷରୁ ଟଟା କମ୍ପାନୀ ମୁଖ୍ୟ ଫାଟକ ନିକଟରେ ଧାରଣାରେ ବସିବାକୁ ପ୍ରଶାସନକୁ ଲିଖିତ ଭାବେ ଚେତାବନୀ ଦେଇଥିଲେ । ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା , ସାଂସଦ ମହେଶ ସାହୁ ବିଧାୟକ ସୁଧିର କୁମାର ସାମଲ, ଟାଟା ଷ୍ଟିଲ ବିଏସ୍‌ଏଲ , ରୁଙ୍ଗଟା ମାଇନ୍ସ, ନବଭାରତ ଭେଞ୍ଚସ୍ ଲିଃ , କମଳାଙ୍ଗ ଜିଏମ୍ ଆର କମ୍ପାନୀ କତୃପକ୍ଷ ଉପସ୍ଥିତ ଥିଲେ । କ୍ଷତିଗ୍ରସ୍ତ ପ୍ରଜାସଂଘ ଓ ବ୍ରାମ୍ମଣୀ ଟ୍ରକ ଓନର ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ । କମ୍ପାନୀ ଗୁଡ଼ିକ କ୍ଷତିଗ୍ରସ୍ତ ପ୍ରଜା ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତ ,ପାରିପାଶିକ ଉନ୍ନତି ଉପରେ ଗୁରୁତ୍ବ ଦେବା ସହ ସ୍ଥାନୀୟ ଟ୍ରକ ଗୁଡ଼ିକୁ କାର୍ଯ୍ୟରେ ନିୟୋଜିତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

18 − four =