ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଠାରେ ଥିବା ଆଦର୍ଶ ପରାମର୍ଶ କେନ୍ଦ୍ରଠାରେ ଏକ ପାଠାଗାର ଓ ପଠନ କେନ୍ଦ୍ର ଜିଲାପାଳ ଭୁମେଶ ଚନ୍ଦ୍ର ବେହେରା ଉଦ୍ଘାଟିତ କରିଛନ୍ତି । ଜିଲାର ବେକାର ଯୁବକ ଯୁବତୀମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ନିମନ୍ତେ ଏହି ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି । ଏଜିଏମ୍ ମିନେରାଲ୍ ଓ ନବଭାରତ ଭେଞ୍ଚର୍ସ ଲି ସହଯୋଗ ରେ ପ୍ରତିଷ୍ଠା କରାଯାଇ ଥିବା ଏହି ପାଠାଗାର ଓ ପଠନ କେନ୍ଦ୍ରରେ ମେଡ଼ିକାଲ୍, ଇଞ୍ଜିନିୟରିଂ, ବ୍ୟାଙ୍କିଙ୍ଗ, ରେ, ପୁଲିସ, ପ୍ରତି ରକ୍ଷା, ସୁରକ୍ଷା, ଏସ୍ଏସି,ଓପିଏସି, ୟୁପିଏସି, ବିଇଡ଼ି ଓ ଅନ୍ୟାନ୍ୟ ସମସ୍ତ ପ୍ରତିଯୋଗିତା ପରୀକ୍ଷା ପ୍ରସ୍ତୁତି ନିମନ୍ତେ ସମସ୍ତ ପୁସ୍ତକ ପଢ଼ିବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ଏହି ବ୍ୟବସ୍ଥାରେ କିପରି ଉନ୍ନତି କରାଯାଇ ବିଭିନ୍ନ ବିଭାଗରେ ଅଧୂକ ପୁସ୍ତକ ବ୍ୟବସ୍ଥା କରାଯାଇପାରିବ ଓ ପିଲାମାନଙ୍କୁ ଅଧୁକ ସୁବିଧା ସୁଯୋଗ ପ୍ରଦାନ କରାଯାଇପାରିବ ସେ ବାବଦରେ ସୁଯୋଗ ସୃଷ୍ଟି କରିବା ପାଇଁ ଉପସ୍ଥିତ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ପରାମର୍ଶ ଦେଇଥିଲେ । ଜିଲା ନିୟୋଜନ ଅଧୁକାରୀ ଯୋଗଦେଇ ଏହି ପାଠାଗାର ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲିବାର ବ୍ୟବସ୍ଥା କରାଯାଇଛି ଓ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଯୁବଗୋଷ୍ଠୀ ଏହି ପାଠାଗାରର ସଦୁପଯୋଗ କରାଇବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲା ପ୍ରକଳ୍ପ ଅଧୁକାରୀ ନରୋତ୍ତମ ବେହେରା, ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ପ୍ରବନ୍ଧକ ସନ୍ତୋଷ କୁମାର ମିଶ୍ର, ଓଡ଼ିଶା ଦକ୍ଷତା ବୃଦ୍ଧି ପ୍ରାଧୂକ ରଣର ନୋଡ଼ାଲ୍ ଅଫିସର ଏସ୍.ଭି. ଏନ୍, ରାଓ, ଏମ୍ଜିଏମ୍ ମିନେରାଲ୍ଡର ମହା ପ୍ରବନ୍ଧକ ଅକ୍ଷୟ କୁମାର ସାହୁ, ମାନବ ସମ୍ବଳ ପ୍ରବନ୍ଧକ ସୁଧାକର ସ୍ୱାଇଁ, ନବ ଭାରତର ଉପସଭାପତି ଯଶୋବନ୍ତ ପଟ୍ଟନାୟକ ଏବଂ ମାନବ ସମ୍ବଳ ମୁଖ୍ୟ ଜେ.କେ. ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ ।
ଜିଲା ପ୍ରଶାସନ ତରଫରୁ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏଜିଏମ୍ ମିନେରାଲ୍ଡର ମହାପ୍ରବନ୍ଧକ ଏବଂ ନବଭାରତର ଉପସଭାପତିଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ଏହି ପାଠାଗାର ସ୍ଥାପନରେ ସହଯୋଗର ହାତ ବଢ଼ାଇଥିବାରୁ ସମ୍ବନ୍ଧିତ କରିଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ଆଶିଷ କୁମାର ବସନ୍ତିଆ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଟାଟା ଷ୍ଟ୍ରାଇକ୍ର ସୁମିତ କୁମାର ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ପାଠାଗାରରେ ଶିକ୍ଷିତ ବେକାର ଯୁବକ ଯୁବତୀ ମାନେ ବିଭିନ୍ନ ବହି ପଢ଼ି ଜ୍ଞାନ ଆହରଣ କରି ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କରେ ନିଯୁକ୍ତି ପାଇଁ ସହୟକ ହେବବୋଲି କହିଛନ୍ତି ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ