ଅଦ୍ୟ ତା-୨୬.୦୪.୨୦୨୩ ରିଖ ଦିନ ଢେଙ୍କାନାଳ ଜିଲ୍ଲାର ଆଇନ ପ୍ରତିରକ୍ଷା ପରାମର୍ଶ କାର୍ଯ୍ୟାଳୟ ଭର୍ଟୁଆଲ୍ ମାଧ୍ୟମରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟବିଚାରପତି ଶ୍ରୀ ଏସ. ମୁରଲିଧରଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗଦିଶ୍ ପ୍ରସାଦ ମାହାନ୍ତି, ଅତିରିକ୍ତ ଜିଲ୍ଲାକଜ୍ ତଥା ସ୍ୱତନ୍ତ୍ର ଜଜ୍ (ଭିଜିଲାନ୍ସ) ଶ୍ରୀ ବିକ୍ରମ ପାଟ୍ଟନାଏକ, ପାରିବାରିକ ଅଦାଲତର ବିଚାରପତି ଶ୍ରୀ ସୂର୍ଯ୍ୟନାରାୟଣ ଦ୍ବିବେଦି, ଅତିରିକ୍ତ ଜିଲ୍ଲାଜଜ୍ ତଥା ପୋକ୍ସ କୋଟ ଶ୍ରୀ ଆକାଂକ୍ଷିତ ମିଶ୍ର, ଅତିରିକ୍ତ ଜିଲ୍ଲାଜଜ୍ ତଥା ତ୍ଵରିତ ନ୍ୟାୟ କୋର୍ଟ ପୋକ୍ଟ ଶ୍ରୀ ସୂର୍ଯ୍ୟମଣୀ ମହାପାତ୍ର,
ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଚିନ୍ମୟ ମିଶ୍ର, ବରିଷ୍ଟ ଦେୱାନୀ ବିଚାରପତି (ମହିଳା ଅଦାଲତ) ଶ୍ରୀମତୀ ସାବିତ୍ରୀ ନାୟକ, ବରିଷ୍ଟ ଦେୱାନୀ ବିଚାରପତି ଶ୍ରୀମତି ସତରୂପା ଶତପଥୀ, ବରିଷ୍ଟ ଦେୱାନୀ ଅଦାଲତ (ଏଲ.ଆର.ଓଏଲ୍.ଟି.ଭି) ବିଚାରପତି ଶ୍ରୀମତୀ ମୋନାଲିସା ପଟ୍ଟନାୟକ, ରେଜଷ୍ଟ୍ରାର ସିଭିଲ୍ କୋର୍ଟ ଶ୍ରୀମତୀ ଅଳକାନନ୍ଦା ମୋହାନ୍ତି, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ, ଶ୍ରୀମତୀ ମମିତା ସାହୁ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ସୁଧି ରଂଜନ ଦାଶ, ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ (କୋଗ, ଟେକ୍) ସୁଧାଶ୍ରୀ ସୁଝଳିଆ ଏବଂ ପ୍ରଥମ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ଗାର୍ଗୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ଏତତ୍ ସହିତ ଢେଙ୍କାନାଳ ଓକିଲ ସଂଘର ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ସାହୁ, ସଂଜୟ କୁମାର ମିଶ୍ର, ରଂଜନ କୁମାର ମିଶ୍ର, ଶ୍ରୀ ପତିତପାବନ ମିଶ୍ର, ସୌମ୍ୟ ଶୁଭଦର୍ଶୀନି ଏବଂ ପୁରୁଷୁତମ ନଏକ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ- ସୌମ୍ୟବ୍ରତ ସାହୁ, ଢେଙ୍କାନାଳ