Monday, 07/October/2024 10:36
Mo Dhenkanal
ଢେଙ୍କାନାଳ ଖବର

ଆଇନ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଓଡିଶା ରାଜ୍ୟ ମହିଳା କମିଶନଙ୍କ ଦ୍ବାରା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ଢେଙ୍କାନାଳର ସହଯୋଗରେ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ସମ୍ବିଳନୀ କକ୍ଷରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ମଣିଷ ସମାଜରେ ନାରୀମାନେ ବିଭିନ୍ନ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଆଜି ମଧ୍ୟ ନାରୀମାନେ ପୁରୁଷମାନଙ୍କ ସମକକ୍ଷ ହେବାକୁ ଅନେକ ସଂଘର୍ଷ କରିବାକୁ ପଡୁଛି । ସେମାନଙ୍କୁ ସୁରକ୍ଷା ପ୍ରଦାନ, ସମ୍ମାନସ୍ପଦ ଜୀବନ, ଆର୍ଥିକ ସ୍ବାଧୀନତା ଓ ସାମ୍ବିଧାନିକ ମୌଳିକ ଅଧିକାର ପ୍ରଦାନ ନିମନ୍ତେ ମହିଳା କମିଶନ ଗଠିତ ହୋଇ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରୁଛି ବୋଲି ଓଡିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଡ, ମିନତୀ ବେହେରା ପ୍ରକାଶ କରିଛନ୍ତି । ଆପୋଷ ମିଳାମିଶା ଦ୍ୱାରା ମହିଳା ଓ ପୁରୁଷମାନଙ୍କ ମଧ୍ୟରେ ଥିବା ସମସ୍ୟାକୁ ସମାଧାନ କରିବା କମିଶନଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ । ନ୍ୟାର୍ଯ୍ୟ ଅଧିକାର ଏବଂ ସୁଯୋଗ ମିଳିଲେ ନାରୀମାନେ ସମାଜକୁ ଉଚିତ ଦିଗଦର୍ଶନ ଦେଇପାରିବେ ବୋଲି ସେ ମତ ବ୍ୟକ୍ତ କରିଥିଲେ ।

FB_IMG_1686103726896
Picsart_22-04-11_10-18-21-175

ସମାଜରେ ନାରୀ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଭଳି । ନାରୀମାନଙ୍କର ମଧ୍ୟ ସମାଜରେ ଗୁରୁଦାୟୀତ୍ବ ରହିଛି । ଆଜି ନାରୀମାନେ ମଦ୍ୟ, କୃଷି, ଗୋପାଳନ, ବିଭିନ୍ନ ସାମଗ୍ରୀ ଉତ୍ପାଦନ ଆଦି କାର୍ଯ୍ୟକରି ସରକାରଙ୍କ ବିଭିନ୍ନ ଯୋଜନାକୁ ସଫଳ ରୂପାୟନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରି ପାରିଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପ୍ରକାଶ କରିଥିଲେ । ସହର ସଫେଇ କାର୍ଯ୍ୟରେ ମହିଳାମାନେ ନିଯୋଜିତ ହୋଇ ସମଗ୍ର ଦେଶରେ ଅନନ୍ୟ ଉଦାହରଣ ସୃଷ୍ଟି ପାରିଛନ୍ତି ବୋଲି ସେ କହିଥିଲେ ।

IMG-20230205-WA0003
Picsart_22-04-11_10-18-21-175

୧୮, ୬୦୦ ଟି ସ୍ବୟଂ ସହାୟକ ଗୋଷ୍ଠୀର ୨ ଲକ୍ଷ ସଦସ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ସେମାନଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିପାରିଛନ୍ତି । ଆଇନ ସମ୍ପର୍କରେ ସଚେତନ କରାଇ ମହିଳା ମାନଙ୍କୁ ଶାରିରୀକ, ମାନସିକ ନିର୍ଯ୍ୟାତନାରୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ସମସ୍ତେ ଆଗେଇ ଆସିବାକୁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି । ସାମାଜିକ ନିରାପତ୍ତା ଆଇନ, ଗରିବ ଲୋକଙ୍କ ପାଇଁ ମାଗଣା ଆଇନ ସେବା, ଲୋକ ଅଦାଲତ, ମହିଳା କୋର୍ଟ, ମହିଳା ଓ ଶିଶୁ ସୁରକ୍ଷା ସେଲ, ଜାତୀୟ ମହିଳା କମିଶନ, ରାଜ୍ୟ ମହିଳା କମିଶନ, ମହିଳାମାନଙ୍କୁ ସୁରକ୍ଷା ଦେଉଥିବା ବିଭିନ୍ନ ଆଇନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏହି ଅବସରରେ କରୋନା ମହାମାରୀ ସମୟରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବାରୁ ଜିଲ୍ଲାର ୧୨ ଜଣ ମହିଳା ବିଶେଷଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନ ସଦସ୍ୟା ଜଲୀନା ପ୍ରିୟଦର୍ଶିନୀ ଓ ସ୍ନେହାଞ୍ଜଳି ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଗଣେଶ ଚନ୍ଦ୍ର ପ୍ରଧାନ ଓ ଶ୍ରୀମତୀ ବିଜୟା ମର୍ୱା , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିମା ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ବିଭାଗୀୟ ଅଧିକାରୀ ଓ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନା ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ ।

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

19 − 15 =