ଢେଙ୍କାନାଳ – ଗୁରୁବାର ଦିନ ଅପରାହ୍ନ ୩ ଘଟିକା ସମୟରେ ଶତାୟୁ,ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ , ଢେଙ୍କାନାଳ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏହାର ଅଧ୍ୟକ୍ଷ ଜଗଦିଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ମମିତା ସାହୁ ଛାତ୍ରୀ- ଛାତ୍ରମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ବିଷୟରେ ବିସ୍ତୃତ ଭାବରେ ବୁଝାଇବା ସଙ୍ଗେ ସଙ୍ଗେ ଛାତ୍ରୀ- ଛାତ୍ରମାନଙ୍କୁ ଗୋଟିଏ ଗୋଟିଏ ଭଲ ମଣିଷ ହୋଇ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ ସତ୍ ଉପଦେଶ ଦେଇଥିଲେ ।
ବିଧୁଭୂଷଣ ସାହୁ , ପ୍ୟାନେଲ ଲୟାର ପିଲାମାନେ କିପରି ଭଲ ପାଠ ପଢିବେ ସେ ବିଷୟରେ ସୁପରାମର୍ଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାୟୁ,ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ,ଓଡ଼ିଶା ଶିକ୍ଷାସେବା(ଏସ. ବି)(ଗ୍ରୁପ -ଏ)ଜୁନିୟର ଯୋଗଦାନ କରି ଛାତ୍ରୀ ଛାତ୍ର ମାନଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷା ବିଭାଗର ବିଭିନ୍ନ
ଆଇନ୍ କାନୁନ୍ ଗୁଡ଼ିକ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ ମାଧ୍ୟମରେ ‘ ଆଇନ୍ ଜାଣିଲେ ହିଁ ଆମେ ସବୁକ୍ଷେତ୍ରରେ ଜିଣିବା ବୋଲି ‘ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ ଓ ଲିଗାଲ ଲିଟେରାସି କ୍ଲବ୍ ଦାୟିତ୍ଵରେ ଥିବା ଶିକ୍ଷୟିତ୍ରୀ ଅନୁପମା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ‘ ଆଇନ୍ ସଚେତନତା ହିଁ ଆଜି ଯୁଗର ପ୍ରମୁଖ ଆବଶ୍ୟକତା ‘ ବୋଲି ନିଜର ମୂଲ୍ୟବାନ ବକ୍ତବ୍ୟ ରଖିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ