ନ୍ଯୁ ଇଣ୍ଡିଆ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ଭାଷା ସୁରକ୍ଷା କାର୍ଯ୍ୟକ୍ରମ ।
ନ୍ଯୁ ଇଣ୍ଡିଆ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ମିଳିତ ଆନୁକୂଲ୍ୟରେ ଓଡ଼ିଆ ଭାଷା ସୁରକ୍ଷା ଏବଂ ଓଡ଼ିଆ ଭାଷାକୁ ଓଡ଼ିଶାର ସମସ୍ତ କାର୍ଯ୍ୟାଳୟରେ ବ୍ୟବହାର ପାଇଁ ଏକ ଦିବାସୀୟ କର୍ମଶାଳା ଗଁଦିଆ ବ୍ଲକ ସନ୍ଥପୁର ନ୍ୟୁ ଇଣ୍ଡିଆ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜୁ କୃଷକ ଜନତା ଦଳର ସଭାପତି ନରୋତ୍ତମ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ବିଶିଷ୍ଟ ଅତିଥି ପ୍ରାକ୍ତନ ଜିଲ୍ଲାପାଳ ଶ୍ରୀଯୁକ୍ତ ସନାତନ ମଲ୍ଲିକ, ବରିଷ୍ଠ ଆଇନଜୀବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ପ୍ରାଧ୍ୟାପକ ଦୁର୍ଗା ମାଧବ ପୃଷ୍ଟି, ଅବସର ପ୍ରାପ୍ତ ବିଚାରପତି ତଥା ଜିଲ୍ଲା ଲେଖକ ସଂସଦର ସଭାପତି ଶ୍ରୀଯୁକ୍ତ ଭିକାରୀ ଚରଣ ରାଉତ, ସଂସଦର ସଂପାଦକ ବସନ୍ତ କୁମାର ପଟ୍ଟନାୟକ,ସନ୍ଥପୁର ସରପଞ୍ଚ ଝିଲ୍ଲୀ ମଲିକ, ଜିଲାପରିଷଦ ସଭ୍ୟା ଚିନ୍ମୟୀ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅନ୍ୟାନ୍ୟ କବି, କବୟିତ୍ରୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ପ୍ରତେକ ଘରୁ ଘରୁ ଓଡ଼ିଆ ଭାଷାର ବ୍ୟବହାର କରିବା ଦରକାର । ତେବେ ଯାଇ ଆମେ ଆମ ଭାଷାର ସୁରକ୍ଷା କରିପାରିବା ଓ ସମସ୍ତ ଉଚ୍ଚ ଶିକ୍ଷା ପାଇଁ ବ୍ୟବହୃତ ପୁସ୍ତକ ଉଚ୍ଚ କୋଟିର ଓଡ଼ିଆ ପୁସ୍ତକ ବାହାରିଲେ ଉଚ୍ଚଶିକ୍ଷା ପାଇଁ ସମସ୍ତେ ଓଡ଼ିଆ ଭାଷା ପାଇଁ ଉତ୍ସାହ ବଢିବ ବୋଲି କହିଛନ୍ତି ନ୍ଯୁ ଇଣ୍ଡିଆ ସ୍ବେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଶେଷଦେଵ ରାଉତ।
ସନ୍ଥପୁରରୁ ବିଜ୍ଞାନ ମହାନ୍ତିଙ୍କ ରିପୋର୍ଟ ମୋ ଢେଙ୍କାନାଳ