ମୋଢେ: ଶୁକ୍ରବାର ଦିନ କୃଷି ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ ପରିସରରେ ପୋଷଣ ବାଟିକା ମହାଭିଯାନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳର ୭୦ ଜଣ କୃଷକ,କୃଷିଜୀବି ମହିଳା,ବାଳିକା ଇତ୍ୟାଦି ଅଂଶ ଗ୍ରହଣ କରିଛନ୍ତି । ପ୍ରାରମ୍ଭରେ ସର୍ବ ଭାରତୀୟ ସ୍ତରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଭାରତର କୃୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଅନଲାଇନ ମାଧ୍ୟମରେ କରିଥିଲେ ।
ଉଦଘାଟନୀ କାର୍ଯ୍ୟକ୍ରମରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହା ନିର୍ଦ୍ଦେଶକ , କୃଷି ସଚିବ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଅନଲାଇନ ମାଧ୍ୟମରେ ସମ୍ବୋଧନ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରରେତ ଏହି ଅବସରରେ ଉପସ୍ଥିତ ସମସ୍ତ କୃଷକ, କୃଷିଜୀବି ମହିଳାମାନେ କାର୍ଯ୍ୟକ୍ରମକୁ ଦେଖିଥିଲେ ।
ଏହାପରେ ପୋଷଣ ଶସ୍ୟ,ପୋଷଣ ବାଟିକା ଇତ୍ୟାଦି ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।। କୃଷକ ମାନଙ୍କୁ ଇଫକୋ ତରଫରୁ ଫଳଚାରା ଏବଂ ପନିପରିବା ମଞ୍ଜି ବିତରଣକରାଯାଇଥିଲା । କାର୍ଯ୍ୟକ୍ରମଟି କୃଷି ବିଜ୍ଞାନ କେନ୍ଦ୍ର ,ଢେଙ୍କାନାଳ ଏବଂ ଇଫକୋ ତରଫରୁ ଆୟୋଜନ କରାଯାଇଥିଲା ।
ଆଞ୍ଚଳିକ ଗବେଷଣା କେନ୍ଦ୍ର ମହିଷାପାଟର ସହଯୋଗୀ ଗବେଷଣା ଅଧ୍ୟକ୍ଷ , ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ, ଇଫକୋର କ୍ଷେତ୍ର ଅଧିକାରୀ, କୃଷି ପଲିଟେକନିକର ଅଧ୍ୟକ୍ଷ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ବିମଳେନ୍ଦୁ ମହାନ୍ତି ଏବଂ କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଏବଂ ଅଧିକାରୀ/ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସେମାନଙ୍କର ବକ୍ତବ୍ୟ ଏବଂ ମତାମତ ରଖି ଉପସ୍ଥିତ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ପୋଷଣ ବାଟିକାର ପ୍ରସାର ଦିଗରେ ଫଳପ୍ରଦ ହେବ ବୋଲି ଆଶା କରାଯାଏ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ