Sunday, 06/October/2024 03:24
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ କ୍ରାନ୍ତି ସଂଗଠନ ତରଫରୁ ପାଳନ ହେଲା କ୍ରାନ୍ତି ଦିବସ

ଢେଙ୍କାନାଳ କ୍ରାନ୍ତି ସଂଗଠନ ତରଫରୁ ପାଳନ ହେଲା କ୍ରାନ୍ତି ଦିବସ

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳ କ୍ରାନ୍ତି ସଂଗଠନ ତରଫରୁ “ଅଗଷ୍ଟ ୯ ” କ୍ରାନ୍ତି ଦିବସ ସଟ ଡାଉନ ଯୋଗୁଁ ଆଜି ୭/୮/୨୦୨୦ ଶୁକ୍ରବାର ଦିନ ପାଳନ ହୋଇଯାଇଛି l ସଂଗଠନର ଜିଲ୍ଲା ସଭାପତି ବରିଷ୍ଠ ଆଇନଜୀବି ଦିପ୍ତୀସ ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳର କ୍ରାନ୍ତିକାରୀ ତଥା ଆନ୍ଦୋଳନକାରୀ ମୂଷା ମଲିକ, ମହେଶ ଚନ୍ଦ୍ର ସୁବାହୁ ସିଂ, ବୀର ବୈଷ୍ଣବ ପଟ୍ଟନାୟକ, ବ୍ରଜ ଧଳ, ସାରଙ୍ଗ ଧର ଦାଶ, ନନ୍ଦିନୀ ଶତପଥୀ ଓ ବିଶ୍ୱର ସର୍ବ କନିଷ୍ଠ ସହୀଦ ବାଜି ରାଉତଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ଧୂପ ଦାନ କରିଥିଲେ l

IMG-20230205-WA0003
Picsart_22-04-11_10-18-21-175

ମଞ୍ଚାସିନ ଅତିଥି ଭାବରେ “S(HE)” ସଂଗଠନର ଅଧ୍ୟକ୍ଷା ଆଇନଜୀବି ଶ୍ରୀମତୀ ମାଧୁରୀ ଦାଶ କ୍ରାନ୍ତିକାରୀ ମାନଙ୍କର ସ୍ମୃତି ଚlରଣ କରିଥିଲେ l ସଂଗଠନର ସଂଯୋଜକ ଭରତ କୁମାର ଦାସ କହିଥିଲେଯେ ଢେଙ୍କାନାଳ ପ୍ରଶାସନ ତଥା ଜିଲ୍ଲାର କୌଣସି ଦଳର ରାଜନେତା ମାନେ ଏହି ପୂର୍ବସୂରୀ ମାନଙ୍କ ସମ୍ମାନାର୍ଥେ କୌଣସି କାର୍ଯ୍ୟକ୍ରମ କରିପାରିନାହାନ୍ତି କିମ୍ବା ମନେ ପକାଇ ନାହାନ୍ତି l ଢେଙ୍କାନାଳ କ୍ରାନ୍ତି ସଂଗଠନ ତରଫରୁ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଅଛି l

Picsart_22-04-11_10-18-21-175

କ୍ରାନ୍ତିକାରୀ ମାନଙ୍କର ସ୍ମୃତି ଚାରଣ ସଭାରେ ପଙ୍କଜ ନାୟକ, ଜୟନ୍ତ ଧଳ, କୈଳାଶ ନାଏକ, କାମାକ୍ଷା ବେହେରା, ଦୟାନିଧି ବେହେରା, ଅଜୟ ଶଙ୍କର ମିଶ୍ର, ଆଇନଜୀବି ଗୁପ୍ତେଶ୍ୱର ମିଶ୍ର, ଆଇନଜୀବି ଦମୟନ୍ତୀ ମହାନ୍ତି, ଆଇନଜୀବୀ ସୁଶ୍ରୀ ଶୁଚିସ୍ମିତା ରାଉତ, ଆଇନଜୀବି ନିରୁପମା ପରିଡା ପ୍ରମୁଖ ଭାଗ ନେଇଥିଲେ l

ରିପୋର୍ଟ – ବିଜ୍ଞାନ ମହାନ୍ତି

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

two × 2 =