ଖଙ୍କିରା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ନରୱେ ରାଷ୍ଟ୍ରଦୂତ !ତା. ୨୮ା୧୧ା୨୨-ନ୍ୟୁ ଇଣ୍ଡିଆ ଅନୁଷ୍ଠାନ ଦ୍ୱାରା ପରିଚାଲିତ ଖଙ୍କିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟି ଅନୁଷ୍ଠାନ ଦ୍ୱାରା ପରିଚାଳିତ ହେବାପର ଠାରୁ ଡେଲିଭରି ସଂଖ୍ୟା ବୃଦ୍ଧି, ଶିଶୁ ଓ ମାତୃ ବୃଦ୍ଧିହାର ଶୂନ, କଙ୍ଗାରୁ ମଦର କେୟାର ଏବଂ ଇ-ସଞ୍ଜିବନୀ ଶିଶୁ ସ୍ୱାସ୍ଥ୍ୟ ଆଦି କାର୍ଯ୍ୟକ୍ରମର ସଫଳ ରୁପାୟନ ହୋଇପାରିଥିବାରୁ ଭାରତ ସରକାର ଓ ନରୱେ ସରକାରଙ୍କ ମଧ୍ୟରେ ନରୱେ-ଇଣ୍ଡିଆ ପାର୍ଟନରସିପ୍ ଇନିସିଏଟିଭ୍(ନିପି) ନାମକ ସ୍ୱାସ୍ଥ୍ୟଭିତିକ କାର୍ଯ୍ୟକ୍ରମକୁ ତଦାରଖ କରିବାକୁ ନରୱେ ରାଷ୍ଟ୍ରଦୂତ
ଜୋକୋବ ହାନ୍ସପ୍ରିଡେନ୍ଲଣ୍ଡ, ଆମ୍ବାସାଡର ନରୱେ ଇଣ୍ଡିଆ ମିସ୍ ମାରିଟ୍ ଏମ ୍ଷ୍ଟ୍ରାଣ୍ଡ୍, କାଉନସିଲର ମୁଖ୍ୟ ପରିଚାଳକ ଆରଏନ୍ଇ ଜୋହାନ ବେଜରକେମ୍, ସମ୍ପାଦକ ଆଏନ୍ଇ ଡ. ଆସଫ୍ ଅହମ୍ମଦ ଭଟ୍ଟ, ନିର୍ଦ୍ଦେଶକ ନିପି ଡା. ବୃନ୍ଦା, ଆରଏସ୍ ନିର୍ଦ୍ଦେଶିକା ଏନ୍ଏଚ୍ଏମ୍ ଓଡିଶା ଡ. ଆଦିତ୍ୟ ମହାପାତ୍ର, ସନ୍ତୋଷ କୁମାର ନାୟକ, ଅନୁଜା ବେହେରା, ଦିପକ ବିଶ୍ୱାଳ, ହିରାଲାଲ, ଡା. ସ୍ଥତପ୍ରଜ୍ଞ ମହାନ୍ତି, ଜିଲାପାଳ ସରୋଜ କୁମାର ସେଠୀ,
ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ, ଡିପିଏମ୍ ସୋନାଲି ପ୍ରିୟଦର୍ଶିନୀ, ବିଡିଓ ଆଶିଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଖଙ୍କିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହିତ ସେଠାକାର ଅଂଚଳବାସୀ ଓ ନବଜାତ ଶିଶୁ ମାଙ୍କ ସହିତ ଆଲୋଚନା କରିଥିଲେ ।
ପରେ ପରେ ବେଣାଝର, ଘୋରାଘୋରି ଗ୍ରାମକୁ ଯାଇ ନଜବାତ ଶିଶୁ ଏବଂ ମା ମାନଙ୍କୁ ସାକ୍ଷାତ କରି କଙ୍ଗାରୁ ମାତୃଯତ୍ନ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ମାଗର୍ରଦର୍ଶନ କରିବା ସହିତ ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା ସମ୍ପର୍କରେ ଆଲୋକପାତ କରିଥିଲେ । କାଯର୍ର୍ୟକ୍ରମକୁ ନ୍ୟୁ ଇଣ୍ଡିଆ ସମ୍ପାଦକ ଶେଷଦେବ ରାଉତଙ୍କ ସମେତ ଅନୁଷ୍ଠାନର କର୍ମକର୍ତା ପରିଚାଳନା କରିଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ