Tuesday, 08/October/2024 12:03
Mo Dhenkanal
ଢେଙ୍କାନାଳ ଖବର

ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଓଡିଶା ଦିବସ ଓ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଢେଙ୍କାନାଳ ସହରର ଉପକଣ୍ଠ ଗେଙ୍ଗୁଟିଆ ରଣପସି ନିକଟରେ ଅବସ୍ଥିତ ସେଣ୍ଟ ଜଭିୟର୍ସ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ଦିବସ ପାଳନ କରାଯାଇଛି। ବିଦ୍ୟାଳୟର ଏନ.ସି.ସି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱରା ମୁଖ୍ୟ ଅତିଥିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଓଡିଶୀ ନୃତ୍ୟ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା ବିଦ୍ୟାଳୟର କୁନି କୁନି ପିଲା ମାନଙ୍କର ବର ପୁତ୍ର ରୂପରେ କୌତୁକ ବେଶ ମାନମୁଗ୍ଧ କରିଥିଲା।

FB_IMG_1686103726896
Picsart_22-04-11_10-18-21-175

ବିଦ୍ୟାଳୟର ଛାତ୍ର ସିଲାଦିତ୍ୟ ପତି, ଜାଗୃତିତ୍ରିପାଠୀ ଓ ଅନୁଷ୍କା ଦଳେଇ ମଂଚ ପରିଚାଳନା କରିଥିଲେ ଢେ଼ଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନସତ୍ତ୍ୱ ବିଭାଗରେ ପ୍ରାଧ୍ୟାପିକ.ଡ ନମିତା କୁମାରି ଦାଶ ମୁଖ୍ୟ ଅତିଥିଭାବରେ ଯୋଗ ଦେଇ ଉତ୍କଳ ମହାନତା ସହ ଶିଶୁ ମାନଙ୍କ ବୈଧିକ ଓ ମାନସିକ ବିକାଶରେ ଶିକ୍ଷକ ମାନଙ୍କ ଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କଲେ।

IMG-20230205-WA0003
Picsart_22-04-11_10-18-21-175

ଏହା ସହ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆୟୋଜିତ ହୋଇଥିବା ଶିକ୍ଷା ପେ’ ଚର୍ଚ୍ଚା କାଯ୍ୟକ୍ରମକୁ ବିଦ୍ୟାଳୟର ସାଂସ୍କୃତିକ ପ୍ରକୋଷ୍ଠରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅତିଥି ଯୋଗଦାନ କରିଥିଲେ।

Picsart_22-04-11_10-18-21-175

ପରିଚାଳନା ପରିଷଦର ସଦସ୍ୟ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇଥିଲା। ଅଧ୍ୟକ୍ଷ ପ୍ରତାପଚନ୍ଦ୍ର ପାଣିଗ୍ରାହୀ ଓଡ଼ିଶାର ବର ପୁତ୍ର ମାନଙ୍କର ସୃର୍ତିଚାରଣ କରିବା ସହିତ ଉପାଧ୍ୟକ୍ଷ କାକୁଲି ବୋଷ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରି ଗଣ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

one × three =